ଗ୍ରେଟର ନୋଏଡାରେ ଦୁଇଟି ଅବୈଧ ମାଦକ ପଦାର୍ଥ ପ୍ରୟୋଗଶାଳାର ପର୍ଦ୍ଦାଫାଶ, ଦୁଇ ଗିରଫ
ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଗ୍ରେଟର ନୋଏଡାରେ ମାଦକ ପଦାର୍ଥର ଅବୈଧ ନିର୍ମାଣ ସହ ଜଡ଼ିତ ଦୁଇଟି ପ୍ରୟୋଗଶାଳାର ପର୍ଦ୍ଦାଫାଶ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ସିନ୍ଥେଟିକ୍ ଡ୍ରଗ୍ସ, ଏଗୁଡ଼ିକର ନିର୍ମାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ଉପକରଣ ଜବତ କରାଯା
ଗ୍ରେଟର ନୋଏଡାରେ ଦୁଇଟି ଅବୈଧ ମାଦକ ପଦାର୍ଥ ପ୍ରୟୋଗଶାଳାର ପର୍ଦ୍ଦାଫାଶ, ଦୁଇ ଗିରଫ


ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଗ୍ରେଟର ନୋଏଡାରେ ମାଦକ ପଦାର୍ଥର ଅବୈଧ ନିର୍ମାଣ ସହ ଜଡ଼ିତ ଦୁଇଟି ପ୍ରୟୋଗଶାଳାର ପର୍ଦ୍ଦାଫାଶ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ସିନ୍ଥେଟିକ୍ ଡ୍ରଗ୍ସ, ଏଗୁଡ଼ିକର ନିର୍ମାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ଉପକରଣ ଜବତ କରାଯାଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି।

ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ସୋସିଆଲ ମିଡିଆ ମଂଚ ଏକ୍ସରେ ଏହି ସୂଚନା ଦେଇ ଏହାକୁ ମାଦକ ପଦାର୍ଥ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କହିଛି। କାର୍ଯ୍ୟାଳୟ ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।

ଗୃହମନ୍ତ୍ରୀ କାର୍ଯ୍ୟାଳୟ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ନାର୍କୋଟିକ୍ସ କଂକ୍କୋଲ ବ୍ୟୁରୋ (ଏନସିବି)କୁ ଅଭିନନ୍ଦନ ଜଣାଇ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ମାଦକ ପଦାର୍ଥର ଗ୍ୟାଙ୍ଗଗୁଡ଼ିକୁ ନିପାତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ବିବୃତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନିଶାମୁକ୍ତ ଭାରତ’ ମିଶନ ଅଧୀନରେ ଗ୍ରହଣ କରାଯାଇଥିବା ନାର୍କୋଟିକ୍ସ କଂଟ୍ରେ।।ଲ ଭିଜନ ଡକ୍ୟୁମେଂଟ ୨୦୨୬-୨୦୨୯ ଅନୁରୂପ ଡିସେମ୍ବର ୨୦୨୯ ସୁଦ୍ଧା ମାଦକ ପଦାର୍ଥର ଗ୍ୟାଙ୍ଗଗୁଡ଼ିକୁ ଧ୍ୱଂସ କରିବାର ଲକ୍ଷ୍ୟ ରଖାଯାଇଛି। ଗ୍ରେଟର ନୋଏଡାରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି।

----------

--------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande