
ଜୟପୁର, 17 ଅକ୍ଟୋବର (ହି.ସ.) ଜୟପୁର ସରକାରୀ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସରୁ ବ୍ୟାଟେରି ଚୋରି ଉଦ୍ୟମ ଅଭିଯୋଗରେ ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖ୍ରୀଷ୍ଟିଆନ୍ ପେଟା ପ୍ରଥମ ଲେନ୍ର ସେଦ୍ ହର୍ସଦ୍ ଫରଜାନ୍ (୨୦)। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ସରକାରୀ ବସ୍ ଷ୍ଟାଣ୍ଡ ପରିସରରେ ଏକ ବସ୍ରୁ ବ୍ୟାଟେରି ଚୋରି କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଧରାପଡ଼ିଥିଲେ। ଏ ନେଇ ଜୟପୁର ଟାଉନ୍ ଥାନାରେ ଗତ ୧୬ ତାରିଖରେ ଅଭିଯୋଗ ହୋଇଥିଲା l ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି