ଦୋକାନରେ ପଶି ଟଙ୍କା ଲୁଟ୍ ଘଟଣା : ୨ ଗିରଫ
ଜୟପୁର, 17 ଅକ୍ଟୋବର (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସହର ମହାରାଣୀପେଟା ଅଞ୍ଚଳରେ ଏକ ଦୋକାନରେ ପଶି ଟେବୁଲ୍ ଡ୍ରୟାରରୁ ଟଙ୍କା ଚୋରି ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଛବନ୍ଧ ସାହିର ଗୌତମ ସେଙ୍ଗାରାବି(୧୮) ଏବଂ କୁମ୍ଭାର ସାହିର ଟି. ଶିବା (୧୯)। ସେମାନ
ଦୋକାନରେ ପଶି ଟଙ୍କା ଲୁଟ୍ ଘଟଣା : ୨ ଗିରଫ


ଜୟପୁର, 17 ଅକ୍ଟୋବର (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସହର ମହାରାଣୀପେଟା ଅଞ୍ଚଳରେ ଏକ ଦୋକାନରେ ପଶି ଟେବୁଲ୍ ଡ୍ରୟାରରୁ ଟଙ୍କା ଚୋରି ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଛବନ୍ଧ ସାହିର ଗୌତମ ସେଙ୍ଗାରାବି(୧୮) ଏବଂ କୁମ୍ଭାର ସାହିର ଟି. ଶିବା (୧୯)। ସେମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୩ ହଜାର ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରେ ମହାରାଣୀପେଟା ନିବାସୀ ଡି. ଗୋବିନ୍ଦା ଆମ୍ମା (୭୫) ଦୋକାନ ସଟର ଖୋଲି ଘର ଭିତରକୁ ଯାଇଥିବା ବେଳେ ହଠାତ୍ ଜଣେ ଯୁବକ ଦୋକାନରେ ପ୍ରବେଶ କରି ଟେବୁଲ୍ ଡ୍ରୟାରରୁ ଟଙ୍କା ଚୋରି କରି ନେଇଥିଲା। ପରିବାର ଲୋକେ ପାଟି କରିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏ ନେଇ ବୃଦ୍ଧା ମହିଳା ଜଣକ ୧୪ ତାରିଖ ରାତିରେ ଜୟପୁର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଏବଂ ସନ୍ଦେହରେ କିଛି ଲୋକଙ୍କୁ ପଚରାଉଚୁରା କରିବା ଆଧାର କରି ପୋଲିସ ତଦନ୍ତ ରେ ଜାଣି ପୁରୁଣା ସରକାରୀ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଉଭୟ ଗୌତମ ଓ ଶିବାଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଠାରୁ ଗୌତମଠାରୁ ୨ ହଜାର ଏବଂ ଶିବାଠାରୁ ୧ ହଜାର ଟଙ୍କା ଜବତ କରାଯାଇଛି। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande