ମହାସପ୍ତମୀରେ ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପାଟନାର ପୂଜା ପେଣ୍ଡାଲଗୁଡ଼ିକରେ ମା’ ଦୁର୍ଗାଙ୍କ କଲେ ଦର୍ଶନ
ରାଜ୍ୟର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କଲେ ପାଟନା, ୧୭ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶନିବାର ମହାସପ୍ତମୀ ଅବସରରେ ପାଟନାର ବିଭିନ୍ନ ଦୁର୍ଗା ପୂଜା ପେଣ୍ଡାଲରେ ପହଂଚି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କ
पटना के दुर्गा पूजा पंडाल में दर्शन पूजन करते मुख्यमंत्री सम्राट


-ରାଜ୍ୟର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କଲେ

ପାଟନା, ୧୭ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶନିବାର ମହାସପ୍ତମୀ ଅବସରରେ ପାଟନାର ବିଭିନ୍ନ ଦୁର୍ଗା ପୂଜା ପେଣ୍ଡାଲରେ ପହଂଚି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଥିଲେ ଏବଂ ରାଜ୍ୟର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ।

ବିଜେପିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଜଗଦେବ ପଥ ସ୍ଥିତ ଶ୍ରୀ ଦୁର୍ଗା ପୂଜା ସମିତି (ମୁନ୍ କ୍ଲବ୍), ବୋରିଂ ରୋଡ୍ରେ କୃଷ୍ଣା ଆପାର୍ଟମେଂଟ ସମ୍ମୁଖରେ ଅବସ୍ଥିତ ଶ୍ରୀ ଦୁର୍ଗା ପୂଜା ସମିତି ଭଦ୍ର କାଳୀ ମନ୍ଦିର ତଥା ବୋରିଂ ରୋଡ୍ ଛକରେ ଅବସ୍ଥିତ ଶ୍ରୀ ଦୁର୍ଗା ପୂଜା ସମିତିର ପୂଜା ପଣ୍ଡାଲଗୁଡ଼ିକରେ ମା’ ଦୁର୍ଗାଙ୍କ ଦର୍ଶନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିହାରବାସୀଙ୍କୁ ଦୁର୍ଗା ପୂଜାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସେ କାମନା କରିଥିଲେ ଯେ ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ବଜାୟ ରହୁ ଏବଂ ବିହାର ବିକାଶ ପଥରେ ନିରନ୍ତର ଆଗକୁ ବଢ଼ି ସମୃଦ୍ଧି ଆଡ଼କୁ ଅଗ୍ରସର ହେଉ।

ମା' ଦୁର୍ଗାଙ୍କ ଦର୍ଶନ ସମୟରେ ନିତିନ ନବୀନ, ବିଜେପି ପ୍ରଦେଶ ଅଧ୍ୟକ୍ଷ ତଥା ବିଧାୟକ ସଞ୍ଜୟ ସରାବଗୀ, ବିଧାନ ପରିଷଦ ସଦସ୍ୟ ସଞ୍ଜୟ ମୟୂଖ, ବିହାର ରାଜ୍ୟ ଶିଶୁ ଶ୍ରମିକ ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ କୁମାର ସିଂହ, ଜିଲ୍ଲାପାଳ କୁନ୍ଦନ କୁମାର ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକ କାର୍ତିିକେୟ କେ ଶର୍ମାଙ୍କ ସମେତ ପୂଜା କମିଟିର ସଦସ୍ୟ, ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

---------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande