
ଜୟପୁର,, 17 ଅକ୍ଟୋବର (ହି.ସ.) : ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ଷୋଡଷ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ସମସ୍ତ ଦେବି ପୀଠକୁ ନିମନ୍ତ୍ରଣ ଯାଇଛି । ରାଜ ପରିବାର ସହ ଜୟପୁର ଦଶହରା ସମ୍ପର୍କରହିଛି । ୪ ଶହ ବର୍ଷ ପୁବରୁ ବିକ୍ରମ ଦେବ ବର୍ମା ଜୟପୁର ଦଶହରା ଆରମ୍ଭ କରିଥିଲେ । ଏନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ରାଜ ଉଆସକୁ ଯାଇ ଦଶହରାରେ ସାମିଲ ହେବା ପାଇଁ ରାଣି ସାରିକା ଦେବି ଓ ଯୁବରାଜ ଚନ୍ଦ୍ରଚୁଡ ସିଂ ଦେଓଙ୍କୁ ନିମନ୍ତ୍ରଣ କରିଥିଲେ । ରବଣପୋଡି ରେ ସାମିଲ ହେବା ପାଇ ପ୍ରତିଶ୍ରୃତି ଦେଇଥିଲେ । ରାଜ ଉଆସ ମଧ୍ୟରେ ଥିବା କନକ ଦୁର୍ଗା ମନ୍ଦିରରେ ପୁଜା ଅର୍ଚନା କରିବା ପରେ ରାଣିଙ୍କୁ ବିଧାୟକ ବାହିନିପତି ନିମନ୍ତ୍ରଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି