ସଙ୍ଗୀତ ନିର୍ଦ୍ଦେଶକ ଦେବାଙ୍କ ଦେହାନ୍ତରେ ଉପରାଷ୍ଟ୍ରପତିଙ୍କ ଶୋକ
ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହି.ସ.) – ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଦେବାଙ୍କ ଦେହାନ୍ତରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଶନିବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ୭୫ ବର୍ଷୀୟ ଦେବାଙ୍କର ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ଉପରାଷ୍ଟ୍ରପ
ସଙ୍ଗୀତ ନିର୍ଦ୍ଦେଶକ     ଦେବାଙ୍କ ଦେହାନ୍ତରେ ଉପରାଷ୍ଟ୍ରପତିଙ୍କ ଶୋକ


ନୂଆଦିଲ୍ଲୀ,

୧୭ ଅକ୍ଟୋବର (ହି.ସ.) –

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଦେବାଙ୍କ ଦେହାନ୍ତରେ

ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଶନିବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ୭୫ ବର୍ଷୀୟ

ଦେବାଙ୍କର ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି।

ଉପରାଷ୍ଟ୍ରପତି ରାଧାକୃଷ୍ଣନ

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଶୋକବାର୍ତ୍ତା ଜାରି କରି କହିଛନ୍ତି ଯେ,

ସଙ୍ଗୀତ ଏବଂ ହୃଦୟସ୍ପର୍ଶୀ ଗୀତ ମାଧ୍ୟମରେ ଦେବା

ସାଧାରଣ ଲୋକଙ୍କ ଭାବନା ଓ ଦୈନନ୍ଦିନ ଜୀବନକୁ ଅତି ସୁନ୍ଦର ଭାବେ ସଙ୍ଗୀତରେ ରୂପାନ୍ତରିତ

କରିଥିଲେ। ନିଜର ସ୍ୱତନ୍ତ୍ର ସଙ୍ଗୀତ ଶୈଳୀ ଦ୍ୱାରା ସେ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଅଲିଭା ଛାପ

ଛାଡ଼ିଯାଇଛନ୍ତି।

ସେ ତାମିଲ,

ତେଲୁଗୁ, ମାଲାୟାଲମ ଓ କନ୍ନଡ଼ ସମେତ ବିଭିନ୍ନ ଭାଷାର ୪୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା

କରିଥିଲେ। ଜଣେ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତିକାର ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ସେ ନିଜର

ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଦେବାଙ୍କ ଅବଦାନରେ ସୃଷ୍ଟି

ହୋଇଥିବା ଚିରସବୁଜ ଗୀତ ଓ ମନଛୁଆଁ ସ୍ୱର ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଉପରାଷ୍ଟ୍ରପତି

କହିଛନ୍ତି। ତାଙ୍କ ବିୟୋଗ ତାମିଲ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ଉଲ୍ଲେଖ

କରିଛନ୍ତି।

୨୦ ନଭେମ୍ବର ୧୯୫୦ରେ

ଜନ୍ମଗ୍ରହଣ କରିଥିବା ଦେବା ନିଜର ଅନନ୍ୟ ସଙ୍ଗୀତ ସଂଯୋଜନା ଓ ଲୋକସଙ୍ଗୀତରୁ ପ୍ରେରିତ ଧୁନ୍

ପାଇଁ ବେଶ୍ ପରିଚିତ ଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତରେ ସେ ନିଜର ସ୍ୱତନ୍ତ୍ର

ପରିଚୟ ସୃଷ୍ଟି କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande