କିର୍ମିରା ବ୍ଲକରେ ଅଢ଼େଇ କୋଟିର ରାସ୍ତା ପ୍ରକଳ୍ପ, ଶିଳାନ୍ୟାସ କଲେ ବିଧାୟକ
Foundation stone for different road works
କିର୍ମିରା ବ୍ଲକରେ ଅଢ଼େଇ କୋଟିର ରାସ୍ତା ପ୍ରକଳ୍ପ, ବିଧାୟକଙ୍କ


ମହାଳିଙ୍ଗପଡ଼ା, ରକ୍ସାପଡ଼ା ଓ ହଣ୍ଡାତପା ରାସ୍ତାର ହେବ ଉନ୍ନତୀକରଣ

ଝାରସୁଗୁଡ଼ା, 17 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକରେ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ତିନୋଟି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଶନିବାର ବିଧାୟକ ଟଙ୍କଧର ତ୍ରିପାଠୀ ପୂଜାର୍ଚ୍ଚନା କରି ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତାଗୁଡ଼ିକର ନିର୍ମାଣ ଦ୍ୱାରା ଦୀର୍ଘଦିନ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଉପକୃତ ହେବେ।

ଝାରସୁଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ତିନୋଟି ରାସ୍ତା ନିର୍ମାଣ କରାଯିବ। ସେଥିମଧ୍ୟରୁ ପିଡବ୍ଲ୍ୟୁଡି ରାସ୍ତାରୁ ମହାଳିଙ୍ଗପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪୦.୮ ଲକ୍ଷ ଟଙ୍କା, ପିଡବ୍ଲ୍ୟୁଡି ରାସ୍ତାରୁ ରକ୍ସାପଡ଼ା ପର୍ଯ୍ୟନ୍ତ ରାସ୍ତା ପାଇଁ ୧ କୋଟି ୮ ଲକ୍ଷ ଟଙ୍କା ଏବଂ ପିଡବ୍ଲ୍ୟୁଡି ରାସ୍ତାରୁ ହଣ୍ଡାତପା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି।

ଏହି ରାସ୍ତାଗୁଡ଼ିକର ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘବର୍ଷ ଧରି ଦାବି କରିଆସୁଥିଲେ। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଲୋକମାନେ ସହଜରେ ନିଜ ନିଜ ଗ୍ରାମକୁ ଯାତାୟାତ କରିପାରିବେ। ଏହା ସହିତ ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବା ସହ ଦୈନନ୍ଦିନ ଯାତାୟାତରେ ସୁବିଧା ମିଳିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କା, ବିଜେପି ମଣ୍ଡଳ ସଭାପତି ଉଦ୍ଧବ ସିଂ ନାୟକ, ଝସକେତନ ପ୍ରଧାନ, ବିଜୟ ଶର୍ମାଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande