ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପ : କଳସାଧିବାସ ସହ ଆରମ୍ଭ ହେଲା ପୂଜାକାର୍ଯ୍ୟ

ସମ୍ବଲପୁର, ୧୭, ଅକ୍ଟୋବର (ହି.ସ.)ସମ୍ବଲପୁର ସହରର ପ୍ରସିଦ୍ଧ ଗୋବିନ୍ଦତୋଳା ଦୁର୍ଗା ମଣ୍ଡପରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ସହ କଳସ ଅଧିବାସ ତଥା ବିଲ୍ୱବରଣ ଓ ନବପତ୍ରିକା ଆବାହନ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗତ ଶୁକ୍ରବାର ଅପରାହ୍ନରେ ଗୋବିନ୍ଦତୋଳା ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପରୁ ଦୁଲଦୁଲି, ଘଣ୍ଟ, ଶଙ୍ଖସହ ମହିଳା ମାନଙ୍କ ବିଶାଳ କଳସ ଶୋଭାଯାତ୍ରା ବାହାରିଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଆତସ ବାଜିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଶୋଭାଯାତ୍ରାରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଏହି କଳସ ଯାତ୍ରା ଗୋବିନ୍ଦତୋଳା ବସ୍ତିରେ ପହଂଚି ଧର୍ମେନ୍ଦ୍ର ପଟ୍ଟନାୟକଙ୍କ ଘରେ ଥିବା ବେଲଗଛ ମୂଳରେ ବିଲ୍ଵ ବରଣ ପୂଜା କରାଯାଇଥିଲା l ରାସ୍ତାରେ ରାଧାକୃଷ୍ଣ, ବୀର ହନୁମାନ, ଗ୍ରାମଦେବୀ ଓ ମହାପ୍ରଭୁ ଶିବଙ୍କ ମନ୍ଦିରରେ ମଧ୍ୟ ବରଣ ପୂଜା କରାଯାଇଥିଲା l ସ୍ଥାନୀୟ ମହାନଦୀ ଓ ହରଡ଼ ଜୋରର ସଙ୍ଗମ ଘାଟରେ ପାରମ୍ପରିକ ପୂଜା ଓ ଅସ୍ତ୍ରଶସ୍ତ୍ର ପୂଜା ସହ କଳସ ବୁଡାଇ ଜଳ ଆଣି ବିଧି ଅନୁଯାୟୀ ମା’ ଭୁବନେଶ୍ୱରୀ ଙ୍କର ମଣ୍ଡପ ରେ ସ୍ଥାପନା କରାଯାଇଥିଲା।

ପୂଜକ ଜଗଦୀଶ ଦାସ, ଆଶ୍ରିତ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ତଥା ପୂଜା ଦାୟିତ୍ୱରେ ଥିବା ଦୀପକ ପଣ୍ଡା ଓ ଗୌରୀ ଦାସ ପଣ୍ଡାଙ୍କ ତତ୍ୱାବଧାନରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଏହି ଅବସରରେ ଦୁର୍ଗାପୂଜା କମିଟି ର ସଭାପତି ପ୍ରସନ୍ନ ପାଢ଼ୀ, ସମ୍ପାଦକ ସଞ୍ଜୟ ସାହୁ, ରମାକାନ୍ତ ବେରିହା, ପ୍ରଦୀପ ପାଢ଼ୀ, ସୂର୍ଯ୍ୟ ପାଣିଗ୍ରାହୀ, ରାଜାରାମ ପାଢ଼ୀ, ରାଜୁ ଶର୍ମା, ସଞ୍ଜୟ ତ୍ରିପାଠୀ, ଅଜୟ ସାହୁ, ବସନ୍ତ ଦାସ, ସୁରଜ ସୁନାର,ଫିରୋଜ ପଣ୍ଡା, ଦିଲୀପ ଠାକୁର, ଜିତୁ ପଣ୍ଡା, ପପ୍ପୁ ଶର୍ମା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ପୂଜାରେ କର୍ତ୍ତା ଶୈଳେନ୍ଦ୍ର ପଣ୍ଡା ଓ ତାଙ୍କ ସହଧର୍ମିଣୀ, ବ୍ରତଧାରୀ ନଅ ଜଣ ବ୍ରାହ୍ମଣ ଅନୀଲ ନାୟକ, ଦାଶରଥି ପଣ୍ଡା, ପ୍ରକାଶ ପଣ୍ଡା, ଟୁଲୁ ବଡ଼ପଣ୍ଡା, ଆଲୋକ ପଣ୍ଡା, ପ୍ରତୀକ ପଣ୍ଡା, ବିଶ୍ୱଜିତ ପଣ୍ଡା,ରୁଦ୍ର ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ l କଳସଧୀବାସ ପରେ ମଣ୍ଡପ କୁ ଆସୁଥିବା ଶୋଭାଯାତ୍ରାକୁ ସ୍ୱାଗତ କରି ଘର ଅଗଣାରେ ମୁରୁଜ ଦେଇ କଳସ ଓ ଦୀପ ରେ ସ୍ୱାଗତ କରି ସମ୍ମାନ ଜଣାଉ ଥିବା ଦୃଶ୍ୟ ଅତି ଆକର୍ଷଣୀୟ ଥିଲା l

ଆଜି ମାଁ ଭୁବନେଶ୍ୱରୀଙ୍କର ମଣ୍ଡପ ରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା l ଏଥିସହ ମୁଖ ଦର୍ଶନ, ପ୍ରାଣ ପ୍ରତିଷ୍ଠା, ମାଁ ଙ୍କର ଶୋଢସ ଉପଚାର ପୂଜା, ମହା ଆଳତି, ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ମାଁ'ଙ୍କର ମୁଖ ଦର୍ଶନ ସମୟରେ ମାଁ'ଙ୍କର ଆଗମନରେ ଜଣେ ଶ୍ରଦ୍ଧାଳୁଙ୍କୁ ଆସିଥିଲା ବରୁଆ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande