ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଦୁଇଦିନିଆ ସମର୍ପଣ ଉତ୍ସବ
ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଦୁଇଦିନିଆ ସମର୍ପଣ ଉତ୍ସବ
ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଦୁଇଦିନିଆ ସମର୍ପଣ ଉତ୍ସବ


ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଦୁଇଦିନିଆ ସମର୍ପଣ ଉତ୍ସବ


ସମ୍ବଲପୁର, ୧୭, ଅକ୍ଟୋବର (ହି.ସ.)

ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତିର ବୈଠକରେ ୧୧ ତମ ସମର୍ପଣ ଉତ୍ସବର ରୁପରେଖ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଅକ୍ଟୋବର ମାସ ୩୧ ଏବଂ ନଭେମ୍ବର ଏକ ତାରିଖରେ ଦୁଇଦିନିଆ ୧୧ ତମ ସମର୍ପଣ ଉତ୍ସବ ଆୟୋଜନ ନେଇ ଆଜି ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଗତ ଦଶବର୍ଷ ଧରି ଆୟୋଜିତ ସମର୍ପଣ ଉତ୍ସବ ବିଷୟରେ ସୂଚନା ଦିଆଯାଇଥିଲା।

ପଶ୍ଚିମ ଓଡ଼ିଶାର ବୌଦ୍ଧ ଇତିହାସକୁ ଲୋକ ଲୋଚନକୁ ଆଣିବା ସହିତ ସମ୍ବଲପୁତ୍ର ଗୁରୁପଦ୍ମ ସମ୍ଭବ, ରାଜା ଇନ୍ଦ୍ରଭୁତି, ଲକ୍ଷ୍ମୀ କରାଙ୍କ ସହିତ ତତ୍କାଳୀନ ସମୟର ଇତିହାସକୁ ଲୋକ ଲୋଚନକୁ ଆଣିବା ପାଇଁ ଭାରତୀ ସମାଜ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଗୁରୁପଦ୍ମ ସମ୍ଭବ ପ୍ରଚାର ସମିତି ଗଠନ କରାଯାଇ ଏହି ଦିଗରେ ଚେଷ୍ଟା କରାଯାଉଛି।

କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳର ଭିନ୍ନଭିନ୍ନ ଅଞ୍ଚଳର ତଥା ୭ମ ଶତାବ୍ଦୀର ପୁରାତନ ଇତିହାସ ବିଷୟରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଲୋକ କଥା ତଥା ଇତିହାସ ସଂଗ୍ରହ କରାଯିବ । ଏଥିପାଇଁ ପଶ୍ଚିମାଞ୍ଚଳର ଭିନ୍ନଭିନ୍ନ ଜିଲ୍ଲାର ଗାଁ ଗୁଡିକରୁ ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯାଉଛି। ପଶ୍ଚିମ ଓଡ଼ିଶାର ବୌଦ୍ଧ କରିଡ଼ର କୁ ବିକଶିତ କରି ପର୍ଯ୍ୟଟନ ର ବିକାଶ ନେଇ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା। ଆଜିର ବୈଠକରେ ସମିତିର ସଦସ୍ୟ ଡ଼ ସ୍ବୟଂ ପ୍ରକାଶ ପଣ୍ଡା, ଗୋପବନ୍ଧୁ ସେନାପତି, ସୁବୋଧ କୁମାର ଦୋରା, ମାନସ ରଞ୍ଜନ ବକ୍ସି, ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande