ଶ୍ରୀଶ୍ରୀବଳଦେବଜୀୟୁ ମନ୍ଦୀର ହୁଣ୍ଡିରୁ ଆୟ
କେନ୍ଦ୍ରାପଡ଼ା, ୧୭ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁ ମନ୍ଦୀରର ଜଗମୋହନ ଦେଉଳ ଓ ଶ୍ରୀ ମହାଲକ୍ଷ୍ମୀଙ୍କ ଦେଉଳ ରେ ସ୍ଥାପିତ ହୁଣ୍ଡିରୁ ବାହାରିଥିବା କେବଳ ଖୁଚୁରା ମୁଦ୍ରା(କଏନ୍) କୁ ଗଣତି କରାଯାଇ ମୋଟ ଟ. ୧,୩୪,୭୬୦/-(ଏକ ଲକ୍ଷ ଚଉତିରିଶି ହଜାର ସାତଶ
ଶ୍ରୀଶ୍ରୀବଳଦେବଜୀୟୁ ମନ୍ଦୀର ହୁଣ୍ଡିରୁ ଆୟ


କେନ୍ଦ୍ରାପଡ଼ା, ୧୭ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁ ମନ୍ଦୀରର ଜଗମୋହନ ଦେଉଳ ଓ ଶ୍ରୀ ମହାଲକ୍ଷ୍ମୀଙ୍କ ଦେଉଳ ରେ ସ୍ଥାପିତ ହୁଣ୍ଡିରୁ ବାହାରିଥିବା କେବଳ ଖୁଚୁରା ମୁଦ୍ରା(କଏନ୍) କୁ ଗଣତି କରାଯାଇ ମୋଟ ଟ. ୧,୩୪,୭୬୦/-(ଏକ ଲକ୍ଷ ଚଉତିରିଶି ହଜାର ସାତଶହ ଷାଠିଏ ଟଙ୍କା)କୁ ଏଣ୍ଡାଉମେଂଟ ପାଣ୍ଠି ଭୁକ୍ତ କରାଯାଇଅଛି । ଦେବୋତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ଼ ସଭ୍ୟ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଗଣତି କାର୍ଯ୍ୟ କରାଯାଇଥିଲା । ଉକ୍ତ ଗଣତି କାର୍ଯ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀଧର ବେହେରା, ପତିତପାବନ ଲେଙ୍କା, ରାଜକିଶୋର ରାଉତ, ହରିହର ମହାନ୍ତି, ରାଜକିଶୋର ମହାନ୍ତି, ବଳରାମ ଦାସ, ନାରାୟଣ ଚନ୍ଦ୍ର ଜେନା ଓ ମନ୍ଦୀର କର୍ମଚାରୀ ଶ୍ରୀଧର ବେହେରା, ହରେକୃଷ୍ଣ ମେକାପ, ଭକ୍ତ ଚରଣ ପଣ୍ଡା, ଭ୍ରମରବର ବିଶ୍ୱାଳ, ହରେକୃଷ୍ଣ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande