କେନାଲ ରୋଡ଼ରେ ଛୁରି ଦେଖାଇ ଦାଦାବଟି ଆଦାୟ : ୨ ଅଭିଯୁକ୍ତ ଗିରଫ
ଜୟପୁର, ୧୭ ଅକ୍ଟୋବର(ହି.ସ.) – ଜୟପୁର ସହର କେନାଲ ରୋଡ୍ରେ ଲୋକଙ୍କୁ ଛୁରି ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଆଜି ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାପୁଜୀ ନଗରର ହିରେନ ନାୟକ(୨୧) ଏବଂ ନୂଆସାହି ଦ୍ୱିତୀୟ ଲେନ୍ରେ ଶିବ ଜାନୀ(୧୯)। ସୂଚନା ଅନୁଯାୟୀ, ଉଭୟ
ଦୋକାନରେ ପଶି ଟଙ୍କା ଲୁଟ୍ ଘଟଣା : ୨ ଗିରଫ


ଜୟପୁର, ୧୭ ଅକ୍ଟୋବର(ହି.ସ.) – ଜୟପୁର ସହର କେନାଲ ରୋଡ୍ରେ ଲୋକଙ୍କୁ ଛୁରି ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଆଜି ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାପୁଜୀ ନଗରର ହିରେନ ନାୟକ(୨୧) ଏବଂ ନୂଆସାହି ଦ୍ୱିତୀୟ ଲେନ୍ରେ ଶିବ ଜାନୀ(୧୯)। ସୂଚନା ଅନୁଯାୟୀ, ଉଭୟ ଯୁବକ କେନାଲ ରୋଡ଼ରେ ଛୁରି ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଦାଦାବଟି ଆଦାୟ କରୁଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ତୁରନ୍ତ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨ଟି ଛୁରି ସହ ନଗଦ ୧ ହଜାର ଟଙ୍କା ଜବତ କରାଯାଇଛି। ଉକ୍ତ ଘଟଣାରେ ଜୟପୁର ଟାଉନ୍ ପୋଲିସ ୩୯୨/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜାଣି ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande