
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ଏହି ସଫଳତାରେ ପ୍ରତିଟି ଓଡ଼ିଆ ଆଜି ଗର୍ବିତ। ଆଗକୁ ଅଲିମ୍ପିକ୍ସରେ ଆମ ଜାତୀୟ ପତାକା ଆହୁରି ଉଚ୍ଚରେ ଉଡ଼ୁ ଏବଂ ବିଜୟର ଧାରା ଜାରି ରହୁ ବୋଲି ଏହି ଅବସରରେ ସଭାପତି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା