ବିସିଜେଡି 60 ପ୍ରତିଶତ ରୁ ଅଧିକ କଲେଜ ଓ 50 ପ୍ରତିଶତ ରୁ ଅଧିକ ବିଶ୍ଵବିଦ୍ୟାଳୟ ରେ ବିଜୟ ଲାଭ କରିଛି -ନବୀନ ପଟ୍ଟନାୟକ
ଭୁବନେଶ୍ବର , 17 ଅକ୍ଟୋବର (ହି.ସ.) - ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତା ମାନଙ୍କ ଗହଳି ଆଜି ଦିନ ସାରା ନବୀନ ନିବାସ ରେ ଲାଗି ରହିଛି। ରାଜ୍ୟର ବିଭିନ୍ନ ଅଂଚଳର ବିଜୟୀ ବିଜୁ ଛାତ୍ର ଜନତା ଦଳ ନେତା ମାନେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟ
ବିସିଜେଡି 60 ପ୍ରତିଶତ ରୁ ଅଧିକ କଲେଜ ଓ 50 ପ୍ରତିଶତ ରୁ ଅଧିକ ବିଶ୍ଵବିଦ୍ୟାଳୟ ରେ ବିଜୟ ଲାଭ କରିଛି -ନବୀନ ପଟ୍ଟନାୟକ


ଭୁବନେଶ୍ବର , 17 ଅକ୍ଟୋବର (ହି.ସ.) - ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତା ମାନଙ୍କ ଗହଳି ଆଜି ଦିନ ସାରା ନବୀନ ନିବାସ ରେ ଲାଗି ରହିଛି। ରାଜ୍ୟର ବିଭିନ୍ନ ଅଂଚଳର ବିଜୟୀ ବିଜୁ ଛାତ୍ର ଜନତା ଦଳ ନେତା ମାନେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ପାଠ ପଢା ଉପରେ ଗୁରୁତ୍ୱ ଦେବା ସହ ନିଜ କଲେଜ ର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟ ନାୟକ କହିଥିଲେ ଯେ ସମ୍ପ୍ରତି ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ 60 ପ୍ରତିଶତ ରୁ ଅଧିକ କଲେଜ ରେ ଓ 50 ପ୍ରତିଶତ ରୁ ଅଧିକ ବିଶ୍ୱ ବିଦ୍ୟାଳୟ ରେ ବିଜୟ ଲାଭ କରିଛି। ରାଜ୍ୟ ବିଜେପି ସରକାର ଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ୱେ ପିଲା ମାନେ ବିଜୁ ଜନତା ଦଳ ଆଦର୍ଶ ରେ ବିଶ୍ୱାସ ରଖି ଏହି ବିପୁଳ ବିଜୟ ଆଣି ଥିବାରୁ ଶ୍ରୀ ପଟ୍ଟନାୟକ

ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ 344 କଲେଜ ରେ ନିର୍ବାଚନ ଘୋଷଣା କରାଯାଇଥିଲେ ମଧ୍ୟ 286 ର ଫଳ ପ୍ରକାଶ ପାଇଛି। ତା ମଧ୍ୟ ରୁ 173 ଟି କଲେଜ ରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାଥୀ ମାନେ ବିଜୟୀ ହୋଇଛନ୍ତି।

ସେହିପରି ରାଜ୍ୟର 13 ଟି ବିଶ୍ଵବିଦ୍ୟାଳୟ ମଧ୍ୟ ରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ନିର୍ବାଚନ ବାତିଲ ହୋଇଥିଲା। ଖଲିକୋଟ ବିଶ୍ୱବିଦ୍ୟାଳୟ ରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସଦନ ଆଇନ ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ଵାବିଦ୍ୟାଳୟ ନର୍ଥ ଓଡିଶା ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ବିଶ୍ୱ ବିଦ୍ୟାଳୟ ରେ ବିଜୟ ଲାଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande