ଭୁବନେଶ୍ୱରରେ ପହଂଚିଲେ ରାଜ୍ୟପାଳ
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଶନିବାର ଭୁବନେଶ୍ୱରରେ ପହଂଚିଛନ୍ତି। ଶନିବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ନୂଆ ରାଜ୍ୟପାଳଙ୍କୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଜଣାଇଥିଲେ।
gov


ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଶନିବାର ଭୁବନେଶ୍ୱରରେ ପହଂଚିଛନ୍ତି। ଶନିବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ନୂଆ ରାଜ୍ୟପାଳଙ୍କୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଜଣାଇଥିଲେ। ଭୁବନେଶ୍ୱରରେ ପହଂଚିବା ପରେ ରାଜ୍ୟପାଳ ସିଧାସଳଖ ପୁରୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି (ରବିବାର) ସକାଳେ ରାଜ୍ୟପାଳ ଭୁବନେଶ୍ୱର ଫେରି ଲୋକ ଭବନକୁ ଯିବେ। ସେଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଶପଥ ଗ୍ରହଣ କରିବେ।

ରାଜ୍ୟପାଳଙ୍କ ଗସ୍ତ ନେଇ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ଭାବୀ ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ ଜୀଙ୍କୁ ସ୍ୱାଗତ କଲି। ସମୃଦ୍ଧ, ସମାବେଶୀ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମର ସାମୂହିକ ପ୍ରୟାସରେ ତାଙ୍କର ମାର୍ଗଦର୍ଶନ ଓ ସହଯୋଗ କାମନା କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସଫଳ ଓ ଗରିମାମୟ କାର୍ଯ୍ୟକାଳ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande