୨୯ରେ ଲଇକେରାରେ ନୂତନ ସିଭିଲ୍ କୋର୍ଟର ଶୁଭାରମ୍ଭ
New civil court will start on 29th
୨୯ରେ ଲଇକେରାରେ ନୂତନ ସିଭିଲ୍ କୋର୍ଟର ଶୁଭାରମ୍ଭ


ଝାରସୁଗୁଡ଼ା, 17 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲାର ଲଇକେରାଠାରେ ନୂତନ ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ ତଥା ଜେଏମ୍ଏଫସି କୋର୍ଟ ଆସନ୍ତା ଅକ୍ଟୋବର ୨୯ ତାରିଖରେ ଉଦ୍ଘାଟିତ ହେବ। ଏହି କୋର୍ଟ ପ୍ରତିଷ୍ଠା ହେବା ଦ୍ୱାରା ଲଇକେରା ସମେତ ଆଖପାଖ ଅଞ୍ଚଳର ଲୋକମାନେ ନ୍ୟାୟିକ ସେବା ପାଇବାରେ ବିଶେଷ ସୁବିଧା ପାଇପାରିବେ।

ନୂତନ କୋର୍ଟ ପାଇଁ ସ୍ଥାୟୀ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ଏହା ଲଇକେରାର ପୁରୁଣା ଓପେରା ପଡ଼ିଆସ୍ଥିତ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ।

ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ ପ୍ରଶାନ୍ତ କୁମାର ନାୟକ ଲଇକେରା ଗସ୍ତ କରି ପ୍ରସ୍ତାବିତ କୋର୍ଟ ପରିସର, ଆଇନଜୀବୀଙ୍କ କାର୍ଯ୍ୟାଳୟ ଗୃହ ଏବଂ ସାଧାରଣ ଲୋକଙ୍କ ପାଇଁ ରହିଥିବା ସୁବିଧାସୁଯୋଗର ସମୀକ୍ଷା କରିଥିଲେ। ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଜନସାଧାରଣ, ଆଇନଜୀବୀ ଓ ଶିକ୍ଷାବିତ୍ମାନେ ବହୁସଂଖ୍ୟାରେ ଯୋଗଦେବାକୁ ସେ ନିବେଦନ କରିଛନ୍ତି।

ଲଇକେରାରେ ନୂତନ କୋର୍ଟ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନ୍ୟାୟ ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ୁଥିବା ଅସୁବିଧା ଅନେକାଂଶରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କୋର୍ଟର ଶୁଭାରମ୍ଭକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande