
କେନ୍ଦୁଝର, ୧୭ ଅକ୍ଟୋବର (ହି.ସ.) ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ପାଇଁ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଟିକିରା ବଜାର ଅଂଚଳ ଉତ୍ସବ ମୁଖର ହୋଇ, ଭକ୍ତିମୟ ପରିବେଶ ହୋଇ ଉଠିଛି। ଦୁଇଟି ମଣ୍ଡପ ରେ ପୂଜା ଅନୁଷ୍ଠିତ ହେଉଛି,ଗତକାଲି ଶ୍ରୀ ଦୁର୍ଗା ପୂଜା କମିଟି ପକ୍ଷରୁ ଢେଙ୍କିକୋଟର ମୁରଲିଧର ସାହୁଙ୍କ ଘର ବାଡ଼ିରୁ ବିଲ୍ୱବରଣ କରାଯାଇଥିବା ବେଳେ ,ଦେବୀ ମଣ୍ଡପ ପକ୍ଷରୁ ଚିତରଂଜନ ସାହୁଙ୍କ ଘରେ ବିଲ୍ୱବରଣ କରାଯାଇଥିଲା । ଆଜି ମହାସପ୍ତମୀ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି । ଢେଙ୍କିକୋଟ ଟିକିରା ର ପୂରାତନ ଶ୍ରୀ ଦୁର୍ଗାପୂଜା କମିଟି ଓ ଦେବୀ ମଣ୍ଡପ ପକ୍ଷରୁ ସୂତନ୍ତ୍ର ସ୍ଥାୟୀ ମଣ୍ଡପ ରେ ଆକର୍ଷଣୀୟ ମୃଣ୍ମୟ ପ୍ରତିମା ଓ ପାର୍ଶ୍ୱ ଦେବାଦେବୀଙ୍କର
ସ୍ଥାପନ କରାଯାଇ ଉଭୟ ମଣ୍ଡପ ରେ ଆଜି ମହା ସପ୍ତମୀ ପୂଜା ଚାଲିଥିବା ବେଳେ ରବିବାର ମହାଷ୍ଟମୀ ବ୍ରତ ପୂଜା ପାଇଁ ମହିଳା ଙ୍କ ଭିଡକୁ ଦୃଷ୍ଟିରେ ରଖି ସୂତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଦେବୀ ଆବାହନ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି । ଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ ସଭାପତି ସନ୍ତୋଷ କୁମାର ଶତପଥି, ସଂପାଦକ ଅମର ସିଂ, ପିତବାସ ପଟ୍ଟନାୟକ, ଅଜୟ ସାହୁ, ପୁର୍ଣ୍ଣଚନ୍ଦ୍ର ବେହେରା, ପଙ୍କଜ ବେହେରା, ଦୀପକ ବେହେରା, ବିରେନ୍ଦ୍ର ସିଦ୍ଧୁ,ଲକ୍ଷ୍ମୀଧର ରଣା ଅନ୍ୟ ସଦସ୍ୟ ମାନଙ୍କ ଉପସ୍ତିତିରେ କର୍ତା ହଳଧର ବେହେରା ପୂଜକ ସର୍ବର୍ଶ୍ରୀ ରବୀନ୍ଦ୍ର ପାଢ଼ୀ, ସଞ୍ଜିତ ପଣ୍ଡା ଓ ଲକ୍ଷ୍ମୀଧର ତ୍ରୀପାଠୀ ପ୍ରମୁଖ ପୂଜା ଦାୟିତ୍ୱରେ
ଅଛନ୍ତି । ସେହିପରି ଦେବୀ ମଣ୍ଡପ ପକ୍ଷରୁ କର୍ତା ଗୌରୀଶଙ୍କର ମୁନ୍ଦଡ଼ା ଙ୍କ ଉପସ୍ଥିତିରେ ପୂଜକ ପ୍ରଦୀପ କୁମାର ପଣ୍ଡା ଓ ରାଜୀବ ଲୋଚନ ପଣ୍ଡା ପୂଜା କାର୍ଯ୍ୟ ସମ୍ଭାଳିଛନ୍ତି । ସଭାପତି ଚିତରଂଜନ ସାହୁ , ସଂପାଦକ ଶତ୍ରୁଘ୍ନ ସାହୁ ସଦସ୍ୟ ଲଲାଟେନ୍ଦୁ ସାହୁ, ଗତିକୃଷ୍ନ ଦଳାଇ, ଶ୍ରୀକାନ୍ତ ସାହୁ , ନିମାଇଁ ବେହେରା, ନାରାୟଣ ବେହେରା, ସ୍ମୃତି ରଞ୍ଜନ ମହାପାତ୍ର, ଅକ୍ଷୟ ମହାନ୍ତ ପ୍ରମୁଖ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଢେ ଙ୍କିକୋଟ ବଜାର ଠାରୁ ଟିକିରା ହାଟ ରାସ୍ତା ଯାଏ ରଙ୍ଗୀନ ଆଲୋକ ମାଳ ରେ ସୁସଜ୍ଜିତ କରାଯାଇଛି, ମନ୍ତ୍ର ଧ୍ୱନୀ ଓ ରେ ପ୍ରକମ୍ପିତ ହୋଇଉଠିଛି ପରିବେଶ ନବମୀ ଓ ଦଶମୀ ରେ ଅନେକ ସାଂସ୍କୃତିକ କାର୍ଯକ୍ରମ ରଖାଯାଇଥିବା ବେଳେ ଉଭୟ ମଣ୍ଡପ ରେ ସମ୍ବର୍ଦ୍ଧନା ସମାରୋହ ବିଜୟା ଦଶମୀରେ ଅନୁଷ୍ଠିତ ହେବ ।
------------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA