୩୬ ବର୍ଷରେ ପଦାର୍ପଣ କଲା ମହାନ୍ତିପଡା ଦୁର୍ଗାପୂଜା
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଆଗରପଡା ସନ୍ନିକଟ ମହାନ୍ତିପଡା ଠାରେ ଶାରଦୀୟ ଦୁର୍ଗାପୂଜା ୩୬ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଅନ୍ତରାର ମୂର୍ତି କାରିଗର ଦାମୋଦର ବେହେରା ଠାକୁରଙ୍କ ମୃଣୟ ର୍ମୂୀ ଓ ପାଶ୍ୱର୍ ଦେବାଦେବୀ ନିର୍ମାଣ କରିଛନ୍ତି । ସକାଳେ କଳସ ବୁଡାଯାଇ ମାଙ୍କ ପ
mahantipada durga puja photo


ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଆଗରପଡା ସନ୍ନିକଟ ମହାନ୍ତିପଡା ଠାରେ ଶାରଦୀୟ ଦୁର୍ଗାପୂଜା ୩୬ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଅନ୍ତରାର ମୂର୍ତି କାରିଗର ଦାମୋଦର ବେହେରା ଠାକୁରଙ୍କ ମୃଣୟ ର୍ମୂୀ ଓ ପାଶ୍ୱର୍ ଦେବାଦେବୀ ନିର୍ମାଣ କରିଛନ୍ତି । ସକାଳେ କଳସ ବୁଡାଯାଇ ମାଙ୍କ ପୀଠରେ କଳସ ସ୍ଥାପନ କରାଯାଇଥିଲା । ପୂଜକ ଅଲେଖ ଚନ୍ଦ୍ର ଦାଶ, ସନ୍ତୋଷ ଦାଶ, ରାଜେଶ ଦାଶ ବିଧି ଅନୁଯାୟୀ ଜୀବନ୍ୟାସ, ଷୋଡଶ ଉପଚାର ପୂଜା, ଚଣ୍ଡିପାଠ ଆଦି କରିଥିଲେ । ଏହି ପୂଜା ପାଇଁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ଗ୍ରାମକୁ ସଜ୍ଜିତ କରାଯାଇଛି । ରବିଠାରୁ ଚାରିଦିନ ବ୍ୟାପି ଖୋର୍ଦ୍ଧା ବାଣପୁରର ଗାୟିକା ଜ୍ୟୋତି ପ୍ରଜ୍ଞା ପରମିତା ପଣ୍ଡାଙ୍କ ଦ୍ୱାରା ପାଲା ପରିବେଷଣ କରାଯିବ । କମିଟିର ସଭାପତି ଉମେଶ ଚନ୍ଦ୍ର ସାହୁ, ସମ୍ପାଦକ କମଳାକାନ୍ତ ସାହୁ, ତପନ କୁମାର ସାହୁ, ପ୍ରହଲ୍ଲାଦ ପରିଡା, ଡ. ଭାସ୍କର ସାହୁ, ଶତ୍ରୁଘ୍ନ ପଢିଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande