ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)- ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ ବିଜୟର ଧାରା ଅତୁଟ ରହୁ, ଅଲିମ୍ପିକ୍ସରେ ଭାରତର ତ୍ରିରଙ୍ଗା ଫରଫର ହ
ନବୀନଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)- ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ

ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି

ଅବସରରେ ସେ ବିଜୟର ଧାରା ଅତୁଟ ରହୁ, ଅଲିମ୍ପିକ୍ସରେ ଭାରତର

ତ୍ରିରଙ୍ଗା ଫରଫର ହୋଇ ଉଡ଼ୁ ବୋଲି କାମନା କରିଛନ୍ତି ।

ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି

କରି ବିରୋଧୀ ଦଳ ନେତା କହିଛନ୍ତି ଯେ, ହକିର ସ୍ବର୍ଣ୍ଣିମ ଅଧ୍ୟାୟ ଓଡ଼ିଶା ଲେଖିଛି। ଏସିଆନ୍

ଗେମ୍ସରେ ସ୍ୱର୍ଣ୍ଣ ପଦକ

ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଲି। ଏହି ସଫଳତାରେ ପ୍ରତିଟି ଓଡ଼ିଆ ଆଜି ଗର୍ବିତ। ବିଜୟର ଧାରା ଅତୁଟ ରହୁ, ଅଲିମ୍ପିକ୍ସରେ ଭାରତର

ତ୍ରିରଙ୍ଗା ଫରଫର ହୋଇ ଉଡ଼ୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande