ଭାରତମାଲା ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟର ଅଭାବ, ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା
ଜୟପୁର, 17 ଅକ୍ଟୋବର (ହି.ସ.) ବୋରିଗୁମ୍ମା ଠାରୁ ବି.ସିଂହପୁର ଛକ ଦେଇ ତରାଭଟ୍ଟା ପର୍ଯ୍ୟନ୍ତ ପ୍ରାୟ ୨୨ କି.ମି. ରାସ୍ତା, ଯାହାକି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପ୍ରତି ବିଭାଗର କୌଣସି ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି ।ଗତ ପ୍ରାୟ ୨ ବ
ଭାରତମାଲା ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ।  ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା ।


ଜୟପୁର, 17 ଅକ୍ଟୋବର (ହି.ସ.)

ବୋରିଗୁମ୍ମା ଠାରୁ ବି.ସିଂହପୁର ଛକ ଦେଇ ତରାଭଟ୍ଟା ପର୍ଯ୍ୟନ୍ତ ପ୍ରାୟ ୨୨ କି.ମି. ରାସ୍ତା, ଯାହାକି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପ୍ରତି ବିଭାଗର କୌଣସି ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି ।ଗତ ପ୍ରାୟ ୨ ବର୍ଷ ହେବ ଏହି ରାସ୍ତାର ବାଘଭଦ୍ରା ଓ କେରାପୁଟ ଗ୍ରାମ ମଧ୍ୟରେ ଭାରତ ମାଲା ଓଭର ବ୍ରିଜ୍ ନିକଟରେ ରାସ୍ତା ଦୟନୀୟ ଅବସ୍ଥାରେ ଅଛି ।ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଲାଣି ।ଗତ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୯୩୫ ଟି କାମ ୫ ଲକ୍ଷ ଟଙ୍କାରୁ କମ ଅଟକଳ ମୂଲ୍ୟ ରଖି ବିଭିନ୍ନ ମହିଳା ଓ ପୁରୁଷ ଠିକାଦାରଙ୍କୁ ଦିଆଯାଇଛି ।କିନ୍ତୁ ଭାରତ ମାଲା ରାସ୍ତା ଭାରତୀୟ ଜାତୀୟ ରାଜପଥ ସଂସ୍ଥାନ ଦ୍ଵାରା ସମ୍ପନ୍ନ ହେବାକୁ ଥିବାବେଳେ ତାହା ପୂର୍ତ୍ତ ବିଭାଗ ରାସ୍ତାକୁ କେରାପୁଟ ଓ ବାଘଭଦ୍ରା ଗ୍ରାମ ମଧ୍ୟରେ ଅତିକ୍ରମ କରୁଛି ।କିନ୍ତୁ ଏଠାରେ ପ୍ରାୟ ୧୦୦ ମିଟର ରାସ୍ତାରେ କେବଳ ମେଟାଲ ଓ ପଥର ଗୁଣ୍ଡ ବିଛାଇ ପିଚୁ ନ ଢ଼ାଳି ଛାଡି ଦିଆଯାଇଛି । ଫଳ ସ୍ୱରୂପ ଦୈନିକ ହଜାର ହଜାର ଯାନ ବାହନ ଅସୁବିଧାର ସମ୍ମୁଖୀନ ହେବା ସହ ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଲାଣି ।ଉକ୍ତ ରାସ୍ତାକୁ ଭାରତମାଳା କର୍ତ୍ତୃପକ୍ଷ କିମ୍ବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ କେହି ମଧ୍ୟ ମରାମତି କରୁ ନାହାନ୍ତି ।ତେଣୁ ଦୈନିକ ଶହ ଶହ ଶିକ୍ଷକ, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ, ଅଙ୍ଗନବାଡି ଛାତ୍ରୀଛାତ୍ର ତଥା ଆମ୍ବୁଲାନ୍ସ୍ ଇତ୍ୟାଦି ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି । ପ୍ରକାଶ ଥାଉକି, ବୋରିଗୁମ୍ମା ବି.ସିଂହପୁର ରାସ୍ତା କାମ କରିଥିବା ଠିକା ସଂସ୍ଥାର ମେଣ୍ଟେନାନ୍ସ ପିରିଅଡ ସମାପ୍ତ ହୋଇନଥିବା ସତ୍ତ୍ୱେ ନୂତନ ଠିକାଦାରଙ୍କୁ ଛୋଟ ଛୋଟ କାମରେ ବିଭକ୍ତ କରି କରି ଏହି ବିଭାଗରେ ଗତ ୨ ବର୍ଷ ମଧ୍ୟରେ ୯୩୫ଟି ବିଭିନ୍ନ ମରାମତି କାମ ଦିଆଯାଇଛି ।କିନ୍ତୁ ଏହି ସ୍ଥାନର ମରାମତି ପାଇଁ ସଂପୃକ୍ତ ଯନ୍ତ୍ରୀ ମାନେ ନିଜର ବୁଦ୍ଧି ବିବେକ ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି ।ସୂଚନା ଅଧିକାର ବଳରେ ତଥ୍ଯ ମାଗିଲେ ସୂଚନା ବାବଦ ଖର୍ଚ୍ଚର ୨ ଗୁଣ ଟଙ୍କା ଦାବି କରୁଛନ୍ତି , ଟଙ୍କା ପଇଠ କଲା ପରେ ପୁଣି ଫେରାଉଛନ୍ତି ।ସୂଚନା ପ୍ରମାଣୀକୃତ ନକଲ ନ ଦେଇ ଜେରକ୍ସ୍ କପି ଦେଉଛନ୍ତି । ଫଳରେ ଜନ ସାଧାରଣ ଅଭିଯୋଗ କିମ୍ବା ଆଇନ ଅଦାଲତର ଆଶ୍ରୟ ନେବାରୁ ବଞ୍ଚିତ ହେଉଛନ୍ତି , ଫଳରେ ଜନ ସାଧାରଣଙ୍କ ମନରେ ଆକ୍ରୋଶ ଓ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande