
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଦୃଷ୍ଟିରୁ ଦୁର୍ଗା ପୂଜା ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ ଅଛନ୍ତି ।
ଏଥିପାଇଁ ଦୁର୍ଗା ପୂଜା ସମୟରେ ,ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ