
ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.)
୧୫୦କେଜି ରୂପାରେ ଝଲସୁଛନ୍ତି ମାଆ। ଦୀର୍ଘ ୭୮ବର୍ଷ ଧରି ତିନିମୁଣ୍ଡିଆ ଛକରେ ବ୍ରାହ୍ମଣ ନିଯୋଗ ସମିତି ପକ୍ଷରୁ ମାଆ ଦୁର୍ଗାଙ୍କ ପୂଜା ବେଶ ଧୂମାଧାମରେ ପାଳନ କରାଯାଉଛି। ୨୦୧୯ ମସିହାରେ ପ୍ରାୟ ଏକ କୋଟି ବ୍ୟୟରେ ୧୫୦ କେଜିରୁ ଉର୍ଦ୍ଧ ରୂପାରେ ମାଆଙ୍କ ଅଳଙ୍କାର ଓ ଚାନ୍ଦି ମେଢ଼ ପ୍ରସ୍ତୁତ କରାଯାଇଥିଲା। ଆଜି ଅଷ୍ଟମୀ ପୂଜା ଚାଲିଥିବାବେଳେ ମାଆଙ୍କ ପାଖରେ ପଣା ଭୋଗ ପ୍ରସ୍ତୁତ କରାଯାଉଥିବା କହିଛନ୍ତି କମିଟି ମେମ୍ବର।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା