
ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.)
ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ଦୃଷ୍ଟିରୁ ନିମ୍ନଲିଖିତ ମେମୁ ଟ୍ରେନ୍ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ବାତିଲ୍ କରାଯାଇଛି।
ବାତିଲ୍ ହେବାକୁ ଥିବା ଟ୍ରେନ୍ଗୁଡ଼ିକ
ଟ୍ରେନ୍ ନଂ ୬୮୪୨୪/୬୮୪୨୩ କଟକ–ଭଦ୍ରକ–କଟକ ମେମୁ ଟ୍ରେନ୍ ୨୦ ଅକ୍ଟୋବରରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।
ଟ୍ରେନ୍ ନଂ ୬୮୪୩୮/୬୮୪୩୭ କଟକ–ଭଦ୍ରକ–କଟକ ମେମୁ ଟ୍ରେନ୍ ୨୦ ଅକ୍ଟୋବରରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।
ଟ୍ରେନ୍ ନଂ ୬୮୪୧୧/୬୮୪୧୨ ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ ଟ୍ରେନ୍ ୨୧ ଅକ୍ଟୋବରରୁ ୨୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।
ଟ୍ରେନ୍ ନଂ ୬୮୪୦୯/୬୮୪୧୦ ଖୋର୍ଦ୍ଧା ରୋଡ–ପୁରୀ–ଖୋର୍ଦ୍ଧା ରୋଡ ମେମୁ ଟ୍ରେନ୍ ୨୧ ଅକ୍ଟୋବର ୨୦୨୬ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବାତିଲ୍ ରହିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା