ଏସୀୟ ପାରା ଗେମ୍ସରେ ମୋନା ଅଗ୍ରୱାଲଙ୍କୁ ସ୍ୱର୍ଣ୍ଣ, ଅବନୀ ଲେଖାରାଙ୍କୁ ରୌପ୍ୟ; ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)ଏସୀୟ ପାରା ଗେମ୍ସ ୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍-୧ ବର୍ଗରେ ସ୍ୱର୍ଣ୍ଣ ପଦକ ସହ ଗେମ୍ସ ରେକର୍ଡ ହାସଲ କରିଥିବା ମୋନା ଅଗ୍ରୱାଲ ଏବଂ ରୌପ୍ୟ ପଦକ ବିଜୟିନୀ ଅବନୀ ଲେଖାରାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଏକ
ଏସୀୟ ପାରା ଗେମ୍ସରେ ମୋନା ଅଗ୍ରୱାଲଙ୍କୁ ସ୍ୱର୍ଣ୍ଣ, ଅବନୀ ଲେଖାରାଙ୍କୁ ରୌପ୍ୟ


ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)ଏସୀୟ ପାରା ଗେମ୍ସ ୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍-୧ ବର୍ଗରେ ସ୍ୱର୍ଣ୍ଣ ପଦକ ସହ ଗେମ୍ସ ରେକର୍ଡ ହାସଲ କରିଥିବା ମୋନା ଅଗ୍ରୱାଲ ଏବଂ ରୌପ୍ୟ ପଦକ ବିଜୟିନୀ ଅବନୀ ଲେଖାରାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଏହି ସଫଳତାକୁ ଭାରତୀୟ ଶୁଟିଂ କ୍ରୀଡ଼ା ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଏହା ନାରୀଶକ୍ତିର ସାମର୍ଥ୍ୟ, ଦୃଢ଼ ମନୋବଳ ଓ ସଂକଳ୍ପର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି। ଏଥିସହ ଉଭୟ କ୍ରୀଡ଼ାବିତ୍ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଦିନରେ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande