
ଭୁବନେଶ୍ୱର , ୧୯ ଅକ୍ଟୋବର (ହି.ସ.) - ଏସୀୟ ପାରା ଗେମ୍ସ ୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍-୧ ବର୍ଗରେ ସ୍ୱର୍ଣ୍ଣ ପଦକ ସହ ଗେମ୍ସ ରେକର୍ଡ ହାସଲ କରିଥିବା ମୋନା ଅଗ୍ରୱାଲ ଏବଂ ରୌପ୍ୟ ପଦକ ବିଜୟିନୀ ଅବନୀ ଲେଖରାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।ମରହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଦୁଇ ମହିଳା କ୍ରୀଡ଼ାବିତ୍ ଙ୍କ ସଫଳତା ଭାରତୀୟ ସୁଟିଂ ଜଗତ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହା ନାରୀଶକ୍ତିର ସାମର୍ଥ୍ୟ, ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ସଂକଳ୍ପର ପ୍ରମାଣ ବୋଲି ସେ କହିଛନ୍ତି। ଉଭୟ ଖେଳାଳି ଆଗାମୀ ଦିନରେ ମଧ୍ୟ ଏହିପରି ସଫଳତା ହାସଲ କରି ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା