
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ। ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ପତିଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏଥିସହ ସେ ଦିବଙ୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ