ମହାନବମୀରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ୧୯ ଅକ୍ଟୋବର (ହି.ସ.)। ପବିତ୍ର ମହାନବମୀ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ସାମାଜିକ ଗଣମାଧ୍ୟମରେ ନିଜର ଭାବନା ପ୍ରକାଶ କରି କହିଛନ୍ତି ଯେ, ଦଶହରା ଅଧର୍ମ
ମହାନବମୀରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର, ୧୯ ଅକ୍ଟୋବର (ହି.ସ.)। ପବିତ୍ର ମହାନବମୀ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ସେ ସାମାଜିକ ଗଣମାଧ୍ୟମରେ ନିଜର ଭାବନା ପ୍ରକାଶ କରି କହିଛନ୍ତି ଯେ, ଦଶହରା ଅଧର୍ମ ଉପରେ ଧର୍ମର ବିଜୟ, ସଦ୍ଭାବନା, ସମର୍ପଣ ଓ ଆସ୍ଥାର ପ୍ରତୀକ। ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସେ।

ପବିତ୍ର ମହାନବମୀ ଅବସରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande