




ବଲାଙ୍ଗିର, ୧୯ ଅକ୍ଟୋବର (ହି.ସ.)- ଗାୟତ୍ରୀ ଶକ୍ତିପୀଠ, ବଲାଙ୍ଗୀର ଠାରେ ଶାରଦୀୟ ନବରାତ୍ରୀ ଅନୁଷ୍ଠାନର ପୂର୍ଣ୍ଣାହୁତି ଅବସରରେ ଏକ ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲାଙ୍ଗୀର ସହରର ୨୫ ଜଣ ଗାୟତ୍ରୀ ସାଧନା କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ବଲାଙ୍ଗୀର ଗାୟତ୍ରୀ ପରିବାରର ସହଯୋଗରେ ଦୁଇକୁଣ୍ଡୀୟ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ପବିତ୍ର ଯଜ୍ଞରେ ୨୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ ଯଜ୍ଞାହୁତି ପ୍ରଦାନ କରିଥିଲେ। ଯଜ୍ଞ ସଂଚାଳନ ସହିତ ଅନ୍ୟାନ୍ୟ ଧାର୍ମିକ ବିଧିବିଧାନ ଗାୟତ୍ରୀ ପରିବାରର ସଦସ୍ୟମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା। ମହିଳା ମଣ୍ଡଳର ସଦସ୍ୟାମାନେ ମଧ୍ୟ ଏହି ଅନୁଷ୍ଠାନରେ ସହଯୋଗ କରିଥିଲେ। ଏହି ପବିତ୍ର ଆୟୋଜନ ମାଧ୍ୟମରେ ଗାୟତ୍ରୀ ସାଧନା, ଆଧ୍ୟାତ୍ମିକ ଚେତନା ଓ ସମାଜରେ ସଦ୍ଭାବନାର ବାର୍ତ୍ତା ପ୍ରସାରିତ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ଭକ୍ତି ଓ ସହଯୋଗରେ ଅନୁଷ୍ଠାନର ପୂର୍ଣ୍ଣାହୁତି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ସେହିପରି ସ୍ଥାନିୟ ଗାୟତ୍ରୀ ନାନଚେତନା ଟ୍ରଷ୍ଟ ର ଠିକାଦାର ପଡ଼ା ସ୍ଥିତ ଗାୟତ୍ରୀ ନବ ଚେତନା ବିସ୍ତାର କେନ୍ଦ୍ର ଠାରେ ଚାଲିଥିବା ନବ ଦିନ ବ୍ୟାପୀ କାର୍ଯ୍ଯକ୍ରମର ଆଜି ପୂର୍ଣ୍ଣାହୁତି କାର୍ଯ୍ଯକ୍ରମ ଯଜ୍ଞ କନ୍ୟା ପୂଜନ ହୋଇଥିଲା। ବରିଷ୍ଠ ସଦସ୍ୟ ଯୁଗଳ କିଶୋର ଝା ଙ୍କ ନେତୃତ୍ଵରେ ଟ୍ରଷ୍ଟ ସଦସ୍ୟ ଓ ଅନ୍ୟମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ