
ନୂଆଦିଲ୍ଲୀ/ଭୁବନେଶ୍ୱର , ୧୯ ଅକ୍ଟୋବର (ହି.ସ.) - ପବିତ୍ର ଶାରଦୀୟ ନବରାତ୍ରିର ମହାନବମୀ ଅବସରରେ ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ କୁନି କନ୍ୟାମାନଙ୍କୁ ମା’ ଦୁର୍ଗାଙ୍କ ସ୍ୱରୂପ ଭାବେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।
ଏହି ପବିତ୍ର ଅବସରରେ ମା’ ଭଗବତୀଙ୍କ କୃପା ସମସ୍ତ ଦେଶବାସୀଙ୍କ ଉପରେ ସର୍ବଦା ରହୁ ବୋଲି ସେ କାମନା କରିଛନ୍ତି। ଏ ନେଇ ସେ ନିଜର ଏକ୍ସ ପୋଷ୍ଟରେ ଭାବବ୍ୟକ୍ତ କରିଛନ୍ତି। ଏହା ସହିତ ‘ଜୟ ମାତା ଦୀ’ ବୋଲି ଉଲ୍ଲେଖ କରି ମା’ ଦୁର୍ଗାଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା