ଘୂର୍ଣ୍ଣିବଳୟ ସକ୍ରିୟ
ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.)ଗଲ୍ଫ ଅଫ୍ ଥାଇଲାଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୨୧ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ତଥା ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିପାରେ। ପରବର୍ତ୍ତୀ ସମୟରେ ୨୪ରୁ ୨୫ ତାରିଖ ମଧ୍ୟରେ ଏ
ଘୂର୍ଣ୍ଣିବଳୟ ସକ୍ରିୟ


ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.)ଗଲ୍ଫ ଅଫ୍ ଥାଇଲାଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୨୧ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ତଥା ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିପାରେ। ପରବର୍ତ୍ତୀ ସମୟରେ ୨୪ରୁ ୨୫ ତାରିଖ ମଧ୍ୟରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗର ଅନୁକୂଳ ପରିସ୍ଥିତି ଯୋଗୁଁ ଏହି ସିଷ୍ଟମ୍ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ବିଭିନ୍ନ ଗ୍ଲୋବାଲ୍ ମଡେଲ୍ ସଙ୍କେତ ଦେଉଛି। ତେବେ ଏହାର ତୀବ୍ରତା କେତେ ରହିବ ଏବଂ କେଉଁ ଦିଗକୁ ଗତି କରିବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ଅକ୍ଟୋବର ଓ ନଭେମ୍ବର ମାସରେ ସାଧାରଣତଃ ବଙ୍ଗୋପସାଗରରେ ଅବପାତ ଓ ବାତ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସିଷ୍ଟମ୍ ବଙ୍ଗୋପସାଗରରେ ପ୍ରବେଶ କରିବା ପରେ ଏହାର ସ୍ଥିତି, ତୀବ୍ରତା ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ। ଏଥିପାଇଁ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ

ବିଶ୍ୱଜିତ ସାହୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande