ସୁବର୍ଣ୍ଣପୁରରେ ମା’ ସୁରେଶ୍ଵରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ
ସୁବର୍ଣପୁର, ୧୯ ଅକ୍ଟୋବର (ହି.ସ.)- ପବିତ୍ର ଦେବଭୂମି ସୁବର୍ଣ୍ଣପୁରରେ ଶାରଦୀୟ ନବରାତ୍ରିର ନବମ ଦିବସ ଅବସରରେ ମା’ ସୁରେଶ୍ୱରୀ ମହିଷାମର୍ଦ୍ଦିନୀ ବେଶରେ ଏବଂ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ସିଦ୍ଧିଦାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କ ଦିବ୍ୟବେଶ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପ
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ


ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ


ସୁବର୍ଣପୁର, ୧୯ ଅକ୍ଟୋବର (ହି.ସ.)- ପବିତ୍ର ଦେବଭୂମି ସୁବର୍ଣ୍ଣପୁରରେ ଶାରଦୀୟ ନବରାତ୍ରିର ନବମ ଦିବସ ଅବସରରେ ମା’ ସୁରେଶ୍ୱରୀ ମହିଷାମର୍ଦ୍ଦିନୀ ବେଶରେ ଏବଂ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ସିଦ୍ଧିଦାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କ ଦିବ୍ୟବେଶ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା।

ପୌରାଣିକ ମତ ଅନୁସାରେ, ମା’ ସିଦ୍ଧିଦାତ୍ରୀ ଭକ୍ତଙ୍କୁ ସିଦ୍ଧି ଓ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିବା ବେଳେ ମା’ ମହିଷାମର୍ଦ୍ଦିନୀ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଦେବୀଙ୍କ ଆରାଧନାରେ ସମଗ୍ର ସୁବର୍ଣ୍ଣପୁର ସହର ଭକ୍ତିମୟ ହୋଇଉଠିଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande