
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.) - କଟକ ତଳ ବାଲିଯାତ୍ରା ପଡ଼ିଆ ମହାନଦୀ ପଠା ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପି କହିଛନ୍ତି। ସେ କହିଛନ୍ତି ଯେ ଜଣେ ନାବାଳକକୁ ଆଉ ୨ ଜଣ ନାବାଳକ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଗତକାଲି ସକାଳ ୭ଟାରୁ ୯ ଟା ମଧ୍ୟରେ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ସିସିଟିଭିକୁ ଯାଂଚ ପରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। ଗୋଟିଏ ଗାଡ଼ିରେ ୩ ନାବାଳକ ଆସି ଯୁକ୍ତିତର୍କ କରିବା ପରେ ହତ୍ୟାକାଣ୍ଡ ଘଟିଥିଲା। ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ଛାନଭିନ୍ କରାଯାଉଛି ବୋଲି କହିଛନ୍ତି ଡିସିପି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା