
ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ଚିଲିକା କଙ୍କଡ଼ାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ଅନେକ ପ୍ରସିଦ୍ଧି। ମାଲକାନଗିରି ପାହାଡ଼ି କଙ୍କଡାର ଚାହିଦା ଯେତିକି, ଖାଇବାକୁ ସୁଆଦ ମଧ୍ୟ ସେତିକି। ପାହାଡ଼ ପାଦଦେଶରେ ବହିଯାଉଥିବା ଛୋଟ ଛୋଟ ଝରଣାରେ ଉପଲବ୍ଧ ଏହି ବିରଳ ପ୍ରଜାତିର କଙ୍କଡା ବଜାରକୁ ଆସିବା ମାତ୍ରେ ଗ୍ରାହକଙ୍କ ମଧ୍ୟରେ କିଣିବାକୁ ଲାଗେ ପ୍ରତିଯୋଗିତା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଟଙ୍କା ରୋଜଗାରର ଏହା ଏକ ପ୍ରମୁଖ ମାଧ୍ୟମ ମଧ୍ୟ।
ଚିଲିକା କଙ୍କଡ଼ା ଓଡ଼ିଶାର ପ୍ରସିଦ୍ଧ ଚିଲିକା ହ୍ରଦର ଏକ ଅତି ଲୋକପ୍ରିୟ ଏବଂ ସ୍ୱାଦିଷ୍ଟ ସାମୁଦ୍ରିକ ଖାଦ୍ୟ । ଏହା ମୁଖ୍ୟତଃ ସ୍ୱାଦ, ମାଂସାଳ ଗଠନ ଏବଂ ଔଷଧୀୟ ଗୁଣ ପାଇଁ ଦେଶ, ବିଦେଶରେ ମଧ୍ୟ ବେଶ୍ ପରିଚିତ। ବର୍ଷା ରୁତୁ ପରେ ପାହାଡ଼ ତଳ ଝରଣାରେ ଥିବା ବଡ ବଡ ପଥର ଖୋଲରେ ଏହା ଉପଲବ୍ଧ ହୋଇଥାଏ। ଅଗଷ୍ଟ ଠାରୁ ଆରମ୍ଭ କରି ଅକ୍ଟୋବର, ଅର୍ଥାତ ୩ ମାସ ଧରି ନିୟମିତ ମାଲକାନଗିରି ବଜାରରେ ଉପଲବ୍ଧ ହୁଏ ଏହି ଦେଶୀ କଙ୍କଡା। ଏହାର ଓଜନ ପ୍ରାୟ ୩୦୦ରୁ ୫୦୦ଗ୍ରାମ୍ ହୋଇଥାଏ। କେଜି ପିଛା ପ୍ରାୟ ୨୦୦ରୁ ୩୦୦ଟଙ୍କା ଦରରେ କିଣି ନିଅନ୍ତି ଗ୍ରାହକ। ଏହାର ସ୍ବାଦ ଯେତିକି ନିଆରା, ସେତିକି ପୁଷ୍ଟିକର ମଧ୍ୟ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ପ୍ରାୟତଃ ସବୁ ଦିନେ ସ୍ଥାନୀୟ ଆଦିବାସୀ ଏହି କଙ୍କଡ଼ା ବିକ୍ରି କରିଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ