
ଭୁବନେଶ୍ୱର, ୧୯ ଅକ୍ଟୋବର (ହି.ସ.)- ଆଗାମୀ ୪ ଦିନ ଅର୍ଥାତ୍ ୧୯ ତାରିଖ ସକାଳ ଠାରୁ ଆସନ୍ତା ୨୩ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପରବର୍ତୀ ୩ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ଠାରୁ ଆସନ୍ତା ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ