ଶେରଗଡ଼ ବ୍ଲକରେ ଦଶହରା ମାମୁଲି ବ୍ୟାଧି ବ୍ୟାପକ
ଗଂଜାମ, 19 ଅକ୍ଟୋବର (ହି.ସ.) ଦଶହରା ଆସିଯାଇଛି, ଶେରଗଡ଼ ବ୍ଲକରେ ସାଧାରଣତଃ ନିମ୍ନ ଶ୍ରେଣୀର କର୍ମଚାରୀ ମାନେ ଲୋକଙ୍କ ଠାରୁ ଦଶହରା ମାମୁଲି ନାମରେ ଅର୍ଥ ଆଦାୟ କରି ଦଶହରା ମନାଇଥାନ୍ତି। ଏବେ କିନ୍ତୁ ଏହାକୁ ଶେରଗଡ଼ ବ୍ଲକ ଅଞ୍ଚଳରେ କେତେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆପଣେଇ ନେଇଛନ୍ତି। ଗଣମାଧ୍
ଶେରଗଡ଼ ବ୍ଲକରେ ଦଶହରା ମାମୁଲି ବ୍ୟାଧି ବ୍ୟାପକ


ଗଂଜାମ, 19 ଅକ୍ଟୋବର (ହି.ସ.) ଦଶହରା ଆସିଯାଇଛି, ଶେରଗଡ଼ ବ୍ଲକରେ ସାଧାରଣତଃ ନିମ୍ନ ଶ୍ରେଣୀର କର୍ମଚାରୀ ମାନେ ଲୋକଙ୍କ ଠାରୁ ଦଶହରା ମାମୁଲି ନାମରେ ଅର୍ଥ ଆଦାୟ କରି ଦଶହରା ମନାଇଥାନ୍ତି। ଏବେ କିନ୍ତୁ ଏହାକୁ ଶେରଗଡ଼ ବ୍ଲକ ଅଞ୍ଚଳରେ କେତେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆପଣେଇ ନେଇଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ଅଫିସ, ଅଫିସର ଜେଇ ଓ ଠିକାଦାରଙ୍କଠାରୁ ପ୍ରଚୁର ମାତ୍ରାରେ ମାମୁଲି ଆଦାୟ ଆଳରେ ଅର୍ଥ ଆଦାୟ କରୁଛନ୍ତି। ଦୁର୍ନୀତି ଗ୍ରସ୍ତ ଅଫିସର, ଠିକାଦାର ସରକାରୀ କର୍ମଚାରୀ ଓ ଯନ୍ତ୍ରୀ ମାନେ ସେମାନେ କରୁଥିବା ନିଜ ଦୁର୍ନୀତି ଗୋପନ ରଖିବାକୁ ସେମାନେ ପ୍ରଚୁର ଭାଵେ

କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦଶହରା ମାମୁଲି ଦେଇ ସନ୍ତୁଷ୍ଟ କରିଥାନ୍ତି। ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରିଏହି ଘୃଣିତ ପ୍ରଥା ବନ୍ଦ କରିବାକୁ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande