
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.) - ଉଚ୍ଚଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଧାମନଗର ନିର୍ବାଚନମଣ୍ଡଳୀ ଭଗବାନପୁର ଓ କଲ୍ୟାଣୀନଗରୀ ପୂଜା ମଣ୍ଡପରେ ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଏହି ଅବସରରେ ସେ ମା'ଙ୍କ ଚରଣରେ ପ୍ରଣାମ ଜଣାଇ ସମଗ୍ର ନିର୍ବାଚନମଣ୍ଡଳୀ ତଥା ରାଜ୍ୟବାସୀଙ୍କ କଲ୍ୟାଣ ଓ ଉତରୋତର ଅଭିବୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା