
ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମପିଭି-୨୯ କ୍ରିକେଟ୍ ପଡ଼ିଆରେ ତ୍ରି-ଶକ୍ତି ଚାମ୍ପିୟନ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଯାଇଛି । କ୍ରିକେଟ୍ କମିଟି, ଏମପିଭି-୨୯ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲରେ କାଲିମେଳା ଓ ପଡ଼ିଆ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଶେଷରେ କାଲିମେଳା ଦଳ ୨୪୭ ରନ୍ କରି ବିଜୟ ଲାଭ କରି ଚାମ୍ପିୟନ ହୋଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, କାଲିମେଳା ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ି, ଚୈତନ୍ୟ ଚୌଧୁରୀ, ପ୍ରଶାନ୍ତ ଗାଇନ୍, ପବିତ୍ର ସରକାର , ମିରିକଙ୍କ ମଣ୍ଡଳ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ