ଘଟଗାଁ ବ୍ଲକ ଆଡ଼କଟା-ପଟିଲୋ ରାସ୍ତାର ଦୁରବସ୍ଥା ଅନେକ ସ୍ଥାନରେ ଉଠିଛି ପିଚୁ, ଦବିଛି ପୋଲ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି
ଘଟଗାଁ,୧୯ ଅକ୍ଟୋବର (ହି.ସ.) ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଇଥିବା ବେଳେ ପୋଲଗୁଡ଼ିକ ଦବିଯାଇଛି। ଫଳରେ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏଭଳି ସ୍ଥିତି ଦେଖି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଟିଲ
ଘଟଗାଁ ବ୍ଲକ ଆଡ଼କଟା-ପଟିଲୋ ରାସ୍ତାର ଦୁରବସ୍ଥା ଅନେକ


ଘଟଗାଁ,୧୯ ଅକ୍ଟୋବର (ହି.ସ.)

ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଇଥିବା ବେଳେ ପୋଲଗୁଡ଼ିକ ଦବିଯାଇଛି। ଫଳରେ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏଭଳି ସ୍ଥିତି ଦେଖି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଟିଲୋ ପଞ୍ଚାୟତର ଆଡ଼କଟାଠାରୁ ପଟିଲୋକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ସହ ଉପରିଭାଗରେ ଗୋଡ଼ି ଓ ମାଟି ଦେଖିବାକୁ ମିଳୁଛି। ଏଥିସହ ରାସ୍ତାରେ ଥିବା ପୋଲଗୁଡ଼ିକ ଦବିଯାଇଥିବା ଅଭିଯୋଗ ହୋଇଛି।

ଏହି ରାସ୍ତା ଦେଇ ପ୍ରତିଦିନ ଗ୍ରାମବାସୀ ଓ ବିଭିନ୍ନ ଯାନବାହନ ଯାତାୟାତ କରୁଛନ୍ତି। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଦୁଇଚକିଆ ଯାନ ଚାଳକଙ୍କ ସମେତ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଓ ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ ଅଧିକ ସମସ୍ୟାଜନକ ହେବାର ଆଶଙ୍କା ରହିଛି।

ରାସ୍ତା ପାର୍ଶ୍ୱରେ ଲାଗିଥିବା ଓଏମ୍ବିଏଡିସି (OMBADC) ସୂଚନା ଫଳକରେ ପ୍ରକଳ୍ପର ମୂଲ୍ୟ ୧୭୮.୯୧ ଲକ୍ଷ ଟଙ୍କା ଉଲ୍ଲେଖ ରହିଛି। ଏହା ସତ୍ତ୍ୱେ ରାସ୍ତାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାଦାରଙ୍କର ରହିଛି। ତେବେ ରାସ୍ତାର ଏଭଳି ଅବସ୍ଥା ହୋଇଥିବାରୁ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠିଛି।

ତେଣୁ ସମ୍ପୃକ୍ତ ବିଭାଗ ରାସ୍ତାର ବର୍ତ୍ତମାନର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କରି ଯାତାୟାତକୁ ସୁରକ୍ଷିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande