୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.) - ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ।ବର୍ତମାନ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଥିବାରୁ ଲଘୁଚାପ ଟି ଆଗକୁ ଘନୀଭୂତ ହୋଇ
୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା


ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.) - ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ।ବର୍ତମାନ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଥିବାରୁ ଲଘୁଚାପ ଟି ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପ୍ରାଥମିକ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । କିନ୍ତୁ ଲଘୁଚାପ ସୃଷ୍ଟି ପରେ ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କରିହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ଆସନ୍ତା ୨୫ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବର୍ତମାନ ଓଡ଼ିଶାରେ ବର୍ଷାର ସମ୍ଭାବନା କମ୍ ଥିବାବେଳେ କେତେକ ସ୍ଥାନରେ ଆକାଶ ମେଘୁଆ ରହିପାରେ। ଦୀର୍ଘ ସମୟ ଧରି ବର୍ଷା ହୋଇଥିବାରୁ ମାଟିରେ ଆର୍ଦ୍ରତା ଅଧିକ ରହିଛି, ଯାହା ତାପମାତ୍ରା ଉପରେ ପ୍ରଭାବ ପକାଉଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande