କୋଟିଆ ବିବାଦ : ଆନ୍ଧ୍ରପ୍ରଦେଶ ସହ ଆଲୋଚନା କରି  ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବାକୁ କଂଗ୍ରେସର ଦାବି
ଜୟପୁର, ୧୯ ଅକ୍ଟୋବର (ହି.ସ.)- ଆନ୍ଧ୍ର ଟାର୍ଗେଟରେ କୋଟିଆ । ବାରମ୍ବାର ଏହି ଅଞ୍ଚଳରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଏଠାକାର ଲୋକମାନଙ୍କ ମନରେ ବିଷ ଭରୁଛନ୍ତି । କୋଟିଆ ଆମର ବୋଲି ଦାବି କରିଆସୁଛନ୍ତି । ବର୍ଷ ବର୍ଷ ଧରି ଏଭଳି ପାଲା ଚାଲିଛି । ହେଲେ ଓଡ଼ିଶା ସରକାରଙ୍କ ଆବ ଭାବ ଠିକ୍ ଭାବେ ବୁଝିହ
କୋଟିଆ ବିବାଦ ଆନ୍ଧ୍ରପ୍ରଦେଶ ସହ ଆଲୋଚନା କରି  ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବାକୁ   କଂଗ୍ରେସର ଦାବି


ଜୟପୁର, ୧୯ ଅକ୍ଟୋବର (ହି.ସ.)- ଆନ୍ଧ୍ର ଟାର୍ଗେଟରେ କୋଟିଆ । ବାରମ୍ବାର ଏହି ଅଞ୍ଚଳରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଏଠାକାର ଲୋକମାନଙ୍କ ମନରେ ବିଷ ଭରୁଛନ୍ତି । କୋଟିଆ ଆମର ବୋଲି ଦାବି କରିଆସୁଛନ୍ତି । ବର୍ଷ ବର୍ଷ ଧରି ଏଭଳି ପାଲା ଚାଲିଛି । ହେଲେ ଓଡ଼ିଶା ସରକାରଙ୍କ ଆବ ଭାବ ଠିକ୍ ଭାବେ ବୁଝିହେଉନି । ବିଜେଡି ସରକାର ଅମଳରେ ଯେଉଁ ସ୍ଥିତି, ଏବେ ବି ସେଇ ଅବସ୍ଥା । ଡବଲ ଇଞ୍ଜିନ ସରକାର ଦୀର୍ଘ ଅଢ଼େଇବର୍ଷ ହେଲା ଏନେଇ କିଛି ସମାଧାନ ବାଟ ବାହାର କରିପାରିନି । ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଓଡ଼ିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ଏବଂ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ବର୍ଷିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ କୋଟିଆଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ । କାଡାମ କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଦିନଠାରୁ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗହୋଇ ରହିଛି । ଆଗକୁ ମଧ୍ୟ କୋଟିଆ ଓଡ଼ିଶାର ଅଂଶ ହୋଇରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କୋଟିଆର ଭବିଷ୍ୟତ ଓ ଏହାର ସ୍ଥିତିକୁ ନେଇ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠୁଥିଲେ ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ ଉତ୍ତର କିମ୍ବା ବିବୃତି ରଖୁନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ବିଜ୍ଞପ୍ତି ପ୍ରକାଶକୁ ସେ ଦୃଢ଼ ସମାଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ସହ ଆଲୋଚନା କରି ଉକ୍ତ ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସେହିପରି କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ବର୍ତ୍ତମାନର ସ୍ଥିତି କ’ଣ, ସେ ସମ୍ପର୍କରେ କୋଟିଆବାସୀଙ୍କ ସମେତ ଓଡ଼ିଶାବାସୀଙ୍କୁ ସରକାର ସ୍ପଷ୍ଟ ଭାବେ ଜଣାନ୍ତୁ ବୋଲି ଦାବି ହୋଇଛି । କୋଟିଆର ସ୍ୱାର୍ଥ ଓ ଓଡ଼ିଶାର ମାଟିର ସୁରକ୍ଷା ପାଇଁ କଂଗ୍ରେସ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ରାମଚନ୍ଦ୍ର କାଡାମ ଚେତାବନୀ ଦେଇଛନ୍ତି ।

ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ନେରେଡ଼ିବାଲ୍ସା ଗ୍ରାମ ନିକଟରେ ଫାଟକ ନିର୍ମାଣ କରି ଆନ୍ଧ୍ରର ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମଧ୍ୟ ସେ କହିଛନ୍ତି । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଏବଂ କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ ମଧ୍ୟ ଏଥିରେ ସ୍ୱର ମିଳାଇଛନ୍ତି । କୋଟିଆ ଅଞ୍ଚଳର ୩ ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଜାଣିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହାକୁ ପ୍ରତିହତ କରିବାକୁ ଆମେ ଚେଷ୍ଟା କରୁଛୁ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ନଜର ରଖିବାକୁ କୁହାଯାଇଛି । ଆନ୍ଧ୍ରର ଗତିବିଧିକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ସରକାର କୋଟିଆବାସୀଙ୍କ ପାଖେ ପହଞ୍ଚି ନଥିଲେ ସେତେବେଳେ ଆନ୍ଧ୍ର କୋଟିଆବାସୀଙ୍କ ମାଉସୀ ହେଉଥିଲା । ଏବେ ମା’ ଆସିଗଲା ମାଉସୀର ଆବଶ୍ୟକତା ନାହିଁ । ୨୮ ତାରିଖ ତାଙ୍କର ନିର୍ବାଚନ ଅଛି । କୋଟିଆବାସୀଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଲୋକେ ଆମ ସହ ଅଛନ୍ତି । ଏହା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ । ସବୁ ସୁବିଧା ସୁଯୋଗ କୋଟିଆବାସୀଙ୍କୁ ସରକାର ଯୋଗାଇ ଦେଇଛନ୍ତି । ଆମେ ପଦକ୍ଷେପ ମଧ୍ୟ ନେଉଛୁ । ଯଦି ସରକାର ପଦକ୍ଷେପ ନେଉଛନ୍ତି ତାହେଲେ ଆନ୍ଧ୍ର ଏଭଳି ସାହାସ କଲା କେମିତି । ଓଡ଼ିଶା ଅଞ୍ଚଳକୁ ନିଜର ବୋଲି ଦାବିକରି ଏଠାରେ ନିର୍ବାଚନ କରିବାକୁ ଚେଷ୍ଟାକଲା କେମିତିା ସରକାରଙ୍କ ଟିକିଏ ଭୁଲ କୋଟିଆବାସୀଙ୍କୁ ଆନ୍ଧ୍ରମୁହାଁ କରିବାକୁ ବାଧ୍ୟକରିବ । ତେଣୁ ଏନେଇ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ ନକଲେ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ପୁଣି ତେଜିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ର ବିବାଦୀୟ କୋଟିଆ

ଅଞ୍ଚଳର ୩ ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସୁରେଶ ପୂଜାରୀ କହିଛନ୍ତି ଏହା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ । ସବୁ ସୁବିଧା ସୁଯୋଗ କୋଟିଆବାସୀଙ୍କୁ ସରକାର ଯୋଗାଇ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande