
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ପବିତ୍ର ଭାଇ
ଜିଉଁତିଆର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଭାଇ
ଜିଉଁତିଆ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଓଡ଼ିଶାର ଏହି ଅନନ୍ୟ
ଗଣପର୍ବ ଭଉଣୀ ଓ ଭାଇଙ୍କ ମଧ୍ୟରେ ଥିବା ସ୍ନେହ, ଶ୍ରଦ୍ଧା ଏବଂ ଅପୂର୍ବ ଆତ୍ମୀୟତାର ପ୍ରତୀକ। ମା' ଦୁର୍ଗାଙ୍କ ଆଶୀର୍ବାଦରୁ ସମସ୍ତ ଭାଇ ଭଉଣୀ ମାନଙ୍କ ଜୀବନ ନିରାମୟ ଓ
ନିରାପଦ ହେଉ ଏତିକି କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା