
ନୂଆଦିଲ୍ଲୀ, ୨ ଅକ୍ଟୋବର (ହି.ସ.)। ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଉତ୍କୃଷ୍ଟ କ୍ରୀଡ଼ା କୌଶଳ ଓ ଦଳଗତ ପ୍ରୟାସର ଫଳ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଦଳର ଦୃଢ଼ ସଂକଳ୍ପକୁ ପ୍ରଶଂସା କରି ଏହାକୁ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଦଳର ଆଗାମୀ ପ୍ରୟାସ ପାଇଁ ଶୁଭକାମନା ଜଣାଇବା ସହ ଏହି ସଫଳତା ସମଗ୍ର ଦେଶରେ ହକିର ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ କରାଯାଇଥିବା ପୋଷ୍ଟରେ କୁହାଯାଇଛି, “ଭାରତୀୟ ହକି ପାଇଁ ଏହା ଏକ ଅତ୍ୟନ୍ତ ବିଶେଷ ମୁହୂର୍ତ୍ତ। ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ବହୁ ପ୍ରତୀକ୍ଷିତ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳର ସଫଳତାକୁ ଦେଶବାସୀ ଉତ୍ସବର ସହ ପାଳନ କରୁଛନ୍ତି। ଏହା ଉତ୍କୃଷ୍ଟ କ୍ରୀଡ଼ା କୌଶଳ ଓ ଦଳଗତ ପ୍ରୟାସର ଫଳ। ସେମାନଙ୍କ ଦୃଢ଼ ସଂକଳ୍ପ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟକ। ଦଳର ଆଗାମୀ ପ୍ରୟାସ ପାଇଁ ମୋର ଶୁଭକାମନା। ଏହି ସଫଳତା ସମଗ୍ର ଦେଶରେ ହକିର ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରୁଛି।”
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ