
କେନ୍ଦ୍ରାପଡା, ୨୦ ଅକ୍ଟୋବର (ହି.ସ.)- ଲୁଣା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି ୩ ଜଣ ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗ୍ରାମର ୫ ଜଣ ଯୁବକ ଏକାଠି ଦାନପୁର ନିକଟ ବାଲିଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଚୋରାବାଲି ଖାଦାନ ଖାଲରେ ପାଦ ପଶିଯିବାରୁ ନଦୀର ଗଭୀର ଜଳରେ ସେମାନେ ବୁଡି ଯାଇଥିଲେ । ତନ୍ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଅନ୍ୟ ୩ ଜଣ ଅଦ୍ୟାବଧି ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ଼୍ରାଫ ଟିମ୍ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଛି । ନିଖୋଜ ଯୁବକ ମାନେ ହେଲେ ହିମାଂଶୁ ପରିଡା, ଆଶିଷ ଶତପଥୀ ଓ ସବ୍ୟସାଚୀ ସ୍ୱାଇଁ । ଉଦ୍ଧାର ୨ ଜଣ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଦାନପୁର ମେଡିକାଲରେ ଭର୍ତିି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ