ବ୍ରହ୍ମପୁରରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା
ଗଞ୍ଜାମ, ୨୦ ଅକ୍ଟୋବର (ହି.ସ.)- ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ବ୍ରହ୍ମପୁର ସହରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି । ଆଜି ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁଯାୟୀ ମା’ଙ୍କ ପୂଜନ
ବ୍ରହ୍ମପୁରରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା


ଗଞ୍ଜାମ, ୨୦ ଅକ୍ଟୋବର (ହି.ସ.)- ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ବ୍ରହ୍ମପୁର ସହରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି । ଆଜି ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁଯାୟୀ ମା’ଙ୍କ ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ସେହିପରି ବ୍ରହ୍ମପୁର ସହର ଉପକଣ୍ଠରେ ଛୋଟ ବଡ ହୋଇ ଶତାଧିକ ସ୍ଥାନରେ ମୃଣ୍ମୟୀ ଦେବୀ ମା’ ଦୁର୍ଗା ପୂଜା ପାଉଛନ୍ତି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ଦୁର୍ଗା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ସହ ଦୀପଦାନ ଓ ପୂଜାର୍ଚ୍ଚନା କରିଛନ୍ତି ଏବଂ ମା’ଙ୍କ ଆଶିଷ ଭିକ୍ଷା କରିଛନ୍ତି । ପୂଜା ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande