
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ଦୁର୍ଗାପୂଜା ପରେ ମଣ୍ଡପଗୁଡ଼ିକରୁ ବାହାରୁଥିବା ଫୁଲ ବର୍ଜ୍ୟର ସଦୁପଯୋଗ ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରୁ ବିଏମ୍ସି ପକ୍ଷରୁ ବ୍ୟବହୃତ ଫୁଲ ସଂଗ୍ରହ କରାଯାଉଛି। ଏହି ଫୁଲଗୁଡ଼ିକରୁ ଧୂପକାଠି ପ୍ରସ୍ତୁତ କରାଯିବ।
ପୂଜାରେ ଦେବୀଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବର୍ଜ୍ୟ ଭାବେ ଫିଙ୍ଗି ନଦେଇ ଏହାର ପୁନଃବ୍ୟବହାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଫୁଲ ବର୍ଜ୍ୟର ସୁପରିଚାଳନା ସହ ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ସହାୟତା ମିଳିପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା