ପ୍ରଜ୍ଞାନ ଓଝା ଭାରତୀୟ କ୍ରିକେଟ୍ ଦଳ ଚୟନ କମିଟିର ଅଧ୍ୟକ୍ଷ ନିଯୁକ୍ତ, ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.) ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିର ଅଧ୍ୟକ୍ଷ ଏବଂ ଶିବସୁନ୍ଦର ଦାସ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.) ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିର ଅଧ୍ୟକ୍ଷ ଏବଂ ଶିବସୁନ୍ଦର ଦାସ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଭୟ ପୂର୍ବତନ କ୍ରିକେଟରଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ। ସେମାନଙ୍କ ଉପଲବ୍ଧି ରାଜ୍ୟର ଉଦୀୟମାନ କ୍ରିକେଟରମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ଏହି ନୂତନ ଦାୟିତ୍ୱରେ ଉଭୟଙ୍କ ସଫଳ କାର୍ଯ୍ୟକାଳ କାମନା କରିବା ସହ ସେମାନଙ୍କ ଅଭିଜ୍ଞତା ଭାରତୀୟ କ୍ରିକେଟର ଅଗ୍ରଗତିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande