କଟକରେ ବିଭିନ୍ନ ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଯାଂଚ କଲେ ପୋଲିସ କମିଶନର
କଟକ, ୨୦ ଅକ୍ଟୋବର (ହି.ସ.)- କଟକରେ ବିଭିନ୍ନ ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରାଯାଇଛି । ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍ ଦେବଦତ ସିଂ । ପୂଜା ମଣ୍ଡପରେ କରାଯାଇଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରିବା
କଟକରେ ବିଭିନ୍ନ ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଯାଂଚ କଲେ ପୋଲିସ କମିଶନର


କଟକ, ୨୦ ଅକ୍ଟୋବର (ହି.ସ.)- କଟକରେ ବିଭିନ୍ନ ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରାଯାଇଛି । ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍ ଦେବଦତ ସିଂ । ପୂଜା ମଣ୍ଡପରେ କରାଯାଇଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରିବା ସହ ମା’ଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି ପୋଲିସ କମିଶନର ।

ତାଙ୍କ ସହିତ କଟକ ଡି.ସି.ପି. ଋଷିକେଶ ଖିଲାରୀ, ଏ.ସି.ପି. ଅନନ୍ୟା ଅବସ୍ତି ଏବଂ ଟ୍ରାଫିକ୍ ଏ.ସି.ପି. ଜୟନ୍ତ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୋଲିସ କମିଶନର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ ଓ ଆର୍ଶିବାଦ ଭିକ୍ଷା କରିଛନ୍ତି । ପୂଜା ମଣ୍ଡପର ସ୍ଥିତି ସମୀକ୍ଷା କରିବା ସହ ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande