
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ପବିତ୍ର ବିଜୟାଦଶମୀ ଅବସରରେ ପୁରୀ ଜିଲ୍ଲାର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ ଆଶ୍ରମ ପରିଦର୍ଶନ କରିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସହ ସାକ୍ଷାତ କରିଥିଲେ।
ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସହ ଦୀର୍ଘଦିନର ଘନିଷ୍ଠ ସମ୍ପର୍କ ରହିଥିବା ଧର୍ମେନ୍ଦ୍ର ନିଜର ‘ଏକ୍ସ’ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ପରମହଂସ ହରିହରାନନ୍ଦ ଜୀଙ୍କ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ଏହି ଆଶ୍ରମ ସେବା ଓ ସାଧନାର ମହାନ ପରମ୍ପରାକୁ ଆଗକୁ ବଢ଼ାଇ ନେଉଥିବା ସେ କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗୋସେବା ମଧ୍ୟ କରିଥିଲେ। ଗୋମାତା ଭାରତୀୟ ସଂସ୍କୃତି ଓ ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ ଉଲ୍ଲେଖ କରିବା ସହ ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ଦିଗରେ ଆଶ୍ରମ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା