ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ମନା
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ଭୁବନେଶ୍ୱରରେ ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡ଼ି ନେଇ ପାରିବେନି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ରାତି ୧୦ଟା ପରେ
BBSR DCP


ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ଭୁବନେଶ୍ୱରରେ ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡ଼ି ନେଇ ପାରିବେନି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ରାତି ୧୦ଟା ପରେ ଲାଉଡ ମ୍ୟୁଜିକ୍ ବାରଣ କରିଛନ୍ତି । ଯଦି କେହି ଏହାକୁ ଅମାନ୍ୟ କରନ୍ତି ଫୌଜଦାରୀ ମାମଲା କରାଯିବ। ଆଇନଶୃଙ୍ଖଳା ପାଇଁ ୪୮ ପ୍ଲାଟୁନ୍ ପୋଲିସ ମୁତୟନ ରହିବେ। ୯ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande