
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ଲୋଇସିଂହା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ଦୁର୍ଗା ମଣ୍ଡପରେ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି ଦଶହରା କେବଳ ଏକ ପର୍ବ ନୁହେଁ, ଏହା ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଏହି ପବିତ୍ର ଅବସରରେ ଲୋଇସିଂହା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ଦୁର୍ଗା ମଣ୍ଡପରେ ମା’ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା