ପ୍ରଜ୍ଞାନ ଓଝା ଓ ଶିବସୁନ୍ଦର ଦାସଙ୍କୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ
ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.) ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟିର ମୁଖ୍ୟ ଚୟନକର୍ତ୍ତା ଭାବେ ପ୍ରଜ୍ଞାନ ଓଝା ଏବଂ କମିଟିର ସଦସ୍ୟ ଭାବେ ଶିବସୁନ୍ଦର ଦାସ ଦାୟିତ୍ୱ ଗ୍ରହଣ କରିଥିବାରୁ ଓଡ଼ିଶା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍
ନବୀନ ପଟ୍ଟନାୟକ


ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.) ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟିର ମୁଖ୍ୟ ଚୟନକର୍ତ୍ତା ଭାବେ ପ୍ରଜ୍ଞାନ ଓଝା ଏବଂ କମିଟିର ସଦସ୍ୟ ଭାବେ ଶିବସୁନ୍ଦର ଦାସ ଦାୟିତ୍ୱ ଗ୍ରହଣ କରିଥିବାରୁ ଓଡ଼ିଶା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଓଡ଼ିଆ କ୍ରିକେଟ୍ ପ୍ରତିଭା ପ୍ରଜ୍ଞାନ ଓଝା ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏବଂ ଶିବସୁନ୍ଦର ଦାସ ଚୟନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଅତ୍ୟନ୍ତ ଆନନ୍ଦର ବିଷୟ। ଉଭୟଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗୌରବ ଆଣିଛି।

ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆଗାମୀ କାର୍ଯ୍ୟକାଳ ଆହୁରି ସଫଳ ହେଉ ବୋଲି ନବୀନ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande